ମୁଜାଗଡ଼ ବନାଞ୍ଚଳରେ ପୁଣି ଦନ୍ତାହାତୀର ମୃତ୍ୟୁ

Advertisment
ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀର ପ୍ରାଣଗଲା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଞ୍ଝଗିରି ବିଟ୍ ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟ ଝିଲିମିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଖରୁ ହାତୀର ଶବକୁ ଠାବ କରାଯାଇଛି। ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।

ସୂଚନାନୁସାରେ, ମୁଜାଗଡ଼ ବନାଞ୍ଚଳର ଡହ ସେକ୍ସନରେ ଗତ କିଛିଦିନ ହେଲା ୧୯ଟିକିଆ ହାତୀପଲ ଗତିବିଧି ଜାରି ରଖିଛନ୍ତି। ସେଥିରୁ ୩ଟି ହାତୀ ବାଟବଣା ହୋଇ ଗମ୍ଭାରୀଗୋଚ୍ଛାରେ ବୁଲୁଥିଲେ। ରାତିରେ ପାଣି ପିଇବାକୁ ଆସିଥିବା ବେଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଝିଲିମିଇ ଘାଇ ନିକଟରେ ଏକ ଜମିରେ ହାତୀଟିର ଶବ ପଡ଼ିଥିବା ବେଳେ ତା’ର ଶରୀର‌ରେ କୌଣସି ଆଘାତ ଚିହ୍ନ ନଥିଲା। ଫଳରେ ଅସୁସ୍ଥତା ନା’ ଅନ୍ୟ କୌଣସି କାରଣରୁ ହାତୀଟିର ମୃତ୍ୟୁ ହୋଇଛି, ଏନେଇ ବନ ବିଭାଗ ତନାଘନା ଆରମ୍ଭ କରିଛି। ଡିଏଫ୍‌ଓ ଶ୍ରୀ ବେହେରାଙ୍କ ସମେତ ଏସିଏଫ୍‌ ବିକ୍ରମଦେବ ପଟ୍ଟନାୟକ, ରେଞ୍ଜର୍ ବିମ୍ବାଧର ସାହୁ ଓ ବନପାଳ ବଂଶୀଧର ବିଶୋୟୀ ପ୍ରମୁଖ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe