ପୁଣି ଫସଲ ନଷ୍ଟ କଲେ ହାତୀପଲ

ହାତୀଙ୍କୁ ଜଗିବ ଡ୍ରୋନ୍‌, ୨୦୨୨ରେ କାର୍ଯ୍ୟକ୍ଷମ ହେବ ରେସ୍କ୍ୟୁ କେନ୍ଦ୍ର

ଚମକପୁର: ଚମକପୁର ଜଙ୍ଗଲକୁ ପୁଣି ଫେରି ଆସିଛନ୍ତି ୧୭ ଟିକିଆ ହାତୀପଲ। ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଜାରି ରଖିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଫଳରେ ପୁଣି ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚମକପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ପନିପରିବା ଠାରୁ ଆରମ୍ଭ କରି ଖରାଟିଆ ଧାନକୁ ଖାଇବା ସହିତ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଏ ନେଇ ହାତୀର ଗତିବିଧି ଉପରେ ନଜର ରଖି ଥିବା ବନ ବିଭାଗ ପ୍ରକାଶ କରିଛି । ଏହି ହାତୀପଲ ଚମ୍ପୁଆ ସେକ୍ସନ ଅଞ୍ଚଳରେ ପ୍ରାୟ ସପ୍ତାହେ ଧରି ବିଭିନ୍ନ ଗାଁରେ ଉପଦ୍ରବ କରିବା ପରେ ଗତ ୧୦ ତାରିଖରେ ଝାଡ଼ଖଣ୍ଡ ରାଜ୍ୟର ନେପାଙ୍ଗ ଜଙ୍ଗଲକୁ ଚାଲି ଯାଇଥିଲେ। ତେବେ ପୁଣି ରାତିରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ସେକ୍ସନର ମୁକୁନ୍ଦପୁର ଗାଁ ଜଙ୍ଗଲରେ ରହିବା ପରେ ଗତରାତି ପ୍ରାୟ ୧୨ ଟା ସମୟରେ ବଡ଼ବିଲ ରେଞ୍ଜ ବିଲେଇପଦା ସେକ୍ସନ କାହ୍ନୁପୁର ଗାଁର ଡମ୍ବରୁଧର କୁଦାଦାଃଙ୍କ ବାଡ଼ିରେ ପଶି ପନିପରିବା ଓ ଛତୁଚାଷକୁ ନଷ୍ଟ କରିଦେଇଥିବା ସେ ପ୍ରକାଶ କରିଛନ୍ତି । ଏହାପରେ ହାତୀପଲ ଦାମପୁର, କଣ୍ଡରା ଗ୍ରାମ ଦେଇ ମୁରୁସୁଆଁ ଗ୍ରାମର ଖରାଟିଆ ଧାନ ଫସଲକୁ ନଷ୍ଟ କରିଥିବା ଜଣାପଡିଛି । ଆଜି ଏହି ହାତୀପଲ ବାଲିବନ୍ଧ ସେକ୍ସନ ଚମକପୁର ଜଙ୍ଗଲରେ ରହିଥିବା ବେଳେ ହାତୀ ଗତିବିଧି ଉପରେ ନଜର ରଖି ଥିବା ବନ ବିଭାଗ ପ୍ରକାଶ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe