ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦନ୍ତାର ମୃତ୍ୟୁ

ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିସ୍ଫୋରକ: ସଂଘର୍ଷ କରି ଜୀବନ ଗଲା

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ କଣ୍ଟାବାହାଳ ଛକରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଦନ୍ତାଟି ବିଞ୍ଝବାହାଳ ପାର୍ଶ୍ବରୁ କଣ୍ଟାବାହାଳ ଆଡ଼କୁ ଯାଉଥିଲା।ତେବେ ୪୯ ନଂ ଜାତୀୟ ରାଜପଥ ପାରି ହେଉଥିବା ବେଳେ କେନ୍ଦୁଝର ଆଡୁ ପାଲଲହଡା ଆଡ଼କୁ ଯାଉଥିବା ଓଡି ୦୯ ୟୁ ୨୪୭୧ ନଂ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା।

ଫଳରେ ଦନ୍ତାଟି ରାସ୍ତା କଡ ଧାନ କ୍ଷେତରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଯାଇଥିଲା।ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଟ୍ରକକୁ ଅଟକ ରଖିଥିବା ଜଣାପଡିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କେନ୍ଦୁଝର ଡିଏଫଓ ଧନରାଜ ଏଚଡିଙ୍କ ପଚାରିବାରୁ ଏକ ଟ୍ରକ ଦନ୍ତା ହାତୀକୁ ଧକ୍କା ଦେଇଥିବା ଖବର ମିଳିଛି। ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe