ଏକଡାଲିଆ ଗ୍ରାମରେ ଧାନ ଫସଲ ଖାଇଗଲା ହାତୀ

ହାତୀପଲ ଯୋଗୁଁ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

Sambad

ଖୋର୍ଦ୍ଧା: ସିକୋ ପଂଚାୟତ ଅନ୍ତର୍ଗତ ଏକଡାଲିଆ ଗାଁରେ ହାତୀ ଦ୍ୱାରା ଧାନ କ୍ଷେତ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ଧରି ଗାଁ ନିକଟରେ ରହିଥିବା ଟାଙ୍କଳ ଜଙ୍ଗଲରୁ ହାତୀ ଜନବସତି ମୁହାଁ ହୋଇଛନ୍ତି। ଗତକାଲି ରାତିରେ ଏକଡାଳିଆ ଗାଁର ପଦ୍ମଚରଣ ପରିଡ଼ା, ଭିକାରୀ ନାୟକ, କୈଳାସ ବଳିଆରସିଂହ, ବୁଢ଼ା ଗୁମାନସିଂହ, ଖୁକ ଗୁମାନସିଂହ, ଆକାଶ ନାୟକ, ପଦ୍ମଚରଣ ମାଝୀ, ହରିହର ପ୍ରଧାନ, ସୁବଳ ନାହକ, ସହଦେବ ସାହୁ ଓ ରଙ୍କ ସାମନ୍ତରାୟଙ୍କ ପ୍ରାୟ ୮ ଏକର ଧାନ ଫସଲ ଖାଇଦେବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ହାତୀ ପଶିବା ଦେଖି ଗାଁ ଲୋକ ଏକତ୍ରିତ ହୋଇ ତାଳଫୋଟକା ଫୁଟାଇ ହାତୀକୁ ଘଉଡ଼ାଇଥିଲେ।

ସିକୋ ବିଟ୍ ହାଉସ ଗତ ୧୦ ମାସ ଧରି ବନ୍ଦ ରହିଛି। ବିଟ ହାଉସର ପୂର୍ବ କର୍ମଚାରୀଙ୍କ ବଦଳି ହୋଇଯିବା ପରେ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଗାଁ ମୁହାଁ ହେଉଥିବା ଜଙ୍ଗଲର ଜୀବଜନ୍ତୁଙ୍କୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଅଂଚଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe