ବିନିକାରେ ପୁଣି ହାତୀ ଉପଦ୍ରବ; ଲୋକେ ଆତଙ୍କିତ

Advertisment
ବିନିକାରେ ପୁଣି ହାତୀ ଉପଦ୍ରବ; ଲୋକେ ଆତଙ୍କିତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସିନ୍ଦୁରପୁର ପଞ୍ଚାୟତ ଅଧୀନ ଗଣେଶପୁର, ଝାରପଡ଼ା, ସିନ୍ଦୁରପୁର ମଣିଗାଁ ଓ ଏନ୍ଏସି ଅନ୍ତର୍ଗତ ଡଭଲା ଓ ଗୁଲାପଡ଼ା ଅଞ୍ଚଳକୁ ଶନିବାର ସନ୍ଧ୍ୟାରୁ ମହାନଦୀ ପାର ହୋଇ ହାତୀପଲ ଆସିଛନ୍ତି। ଅନେକ ଦିନ ହେବ ବିନିକା ଅଞ୍ଚଳକୁ ରାତିରେ ଏହି ହାତୀପଲ ଆସି ପୁଣି ମହାନଦୀ ଆରପଟକୁ ଚାଲିଯାଉଛନ୍ତି। ଏମାନଙ୍କୁ ଘଉଡ଼ାଇବା ପାଇଁ ଶନିବାର ଜଙ୍ଗଲ ବିଭାଗ ଏବଂ ଜନସାଧାଣ ମିଳିତ ଭାବେ ଜୋରଦାର୍ ଉଦ୍ୟମ କରିଥିଲେ। କିନ୍ତୁ ୫୦ରୁ ଊର୍ଦ୍ଧ୍ବ ହାତୀ ଏହାକୁ ଖାତିର ନକରି ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ହାତୀଙ୍କ ଗର୍ଜନରେ ଜନସାଧାରଣ ଭୟରେ ଦିନ ବିତାଉଛନ୍ତି।

ଅନ୍ୟପଟେ ଫସଲକୁ ବଞ୍ଚାଇବାକୁ ଅଞ୍ଚଳର ଚାଷୀମାନେ ଉଜାଗର ରହି ନିଆଁ ହୁଳା ଦେଖାଇ, ବାଣ ଫୁଟାଇ ହତୀପଲଙ୍କୁ ଜଗୁଛନ୍ତି। ଉଲୁଣ୍ଡା ଜଙ୍ଗଲରୁ ଏହି ହାତୀପଲ ଆସି ସକାଳୁ ଉଲୁଣ୍ଡା ପାର୍ଶ୍ବକୁ ଚାଲିଯିବା ନିତିଦିନିଆ ଘଟଣା ହେଲାଣି। ହାତୀପଲ ପ୍ରତିଦିନ ଚାଷୀଙ୍କ ପନିପରିବା, ଧାନ ଫସଲ, ବିଭିନ୍ନ ଗଛ ଭାଙ୍ଗି ନଷ୍ଟ କରୁଛନ୍ତି।

ବର୍ତ୍ତମାନ ଏହି ଅଞ୍ଚଳର ବିଦ୍ୟୁତ୍ ସେବାକୁ ବିଚ୍ଛିନ୍ନ କରାଯାଇଛି। ଅମଳ ହୋଇଥିବା ଧାନସବୁ ଖଳା ଗୁଡ଼ିକରେ ଏବଂ ପାଚିଲା ଜମିରେ ଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଯାଇଛି। ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe