କଟକ: ମାଈ ହାତୀର ମୃତଦେହ ଜବତ

Advertisment
କଟକ: ମାଈ ହାତୀର ମୃତଦେହ ଜବତ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଞ୍ଜର ପାଇକରାପୁର ଗାଁ ନିକଟରେ ଏକ ମାଈ ହାତୀର ମୃତଦେହ ବନବିଭାଗ ଜବତ କରିଛି। ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ପାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି ବୋଲି ବନ ବିଭାଗ ଅନୁମାନ କରୁଛି। ପ୍ରକୃତ କାରଣ ମୃତଦେହ ବ୍ୟବଛେଦ ପରେ ଜଣାପଡ଼ିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ଗତକାଲି ଅର୍ଥାତ ୨୦ ତାରିଖ ସକାଳେ ମଧ୍ୟ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ାମ୍ବା ରେଞ୍ଜର ହଳଦିଆ ଶେଣୀ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଜବତ କରାଯାଇଥିଲା। ଶିକାରୀମାନେ ଗୁଳି କରି ଦନ୍ତାକୁ ମାରିବା ପରେ ତାର ଦାନ୍ତ କାଟି ନେଇ ଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe