କନ୍ଧମାଳରେ ହାତୀପଲ: ଅଞ୍ଚଳବାସୀ ଭୟଭୀତ, ନଜର ରଖିଛି ବନ ବିଭାଗ

ପୁଣି ହରପିସ୍‌ ଆତଙ୍କ, ସମୁଠ ଜଙ୍ଗଲରେ ମାଇ ହାତୀ ଅସୁସ୍ଥ ?

ଫୁଲବାଣୀ: ଫୁଲବାଣୀ-ବୌଦ୍ଧ ରାସ୍ତା ରାଣିପଥର ଘାଟିରେ ହାତୀପଲ। ସ୍ଥାନୀୟ ଜଙ୍ଗଲରେ ହାତୀପଲ ଚଳପ୍ରଚଳ କରୁଥିବା ବେଳେ ଶନିବାର ଘାଟି ନିକଟକୁ ପାଣି ପଇିବାକୁ ଆସିଥିବା ବେଳେ ଲୋକଙ୍କ ନଜରକୁ ଆସିଛି। ଏହା ଜାଣିବା ପରେ ଖବର ପାଇ ଫୁଲବାଣୀ ରେଂଜନର ଫକୀରଚରଣ ବେହେରା ଓ କର୍ମଚାରୀ ସେଠାରେ ପହଞ୍ଚି ହାତୀପଲଙ୍କ ଗତବିଧି ଉପରେ ନଜର ରଖିଛନ୍ତି। ହାତୀ ପଲରେ ଛୁଆ ହାତୀ ସହ ସମୁଦାୟ ୭ଟି ହାତୀ ଅଛନ୍ତି।

ହାତୀପଲ କିଛି କ୍ଷୟକ୍ଷତି କରି ନାହାନ୍ତି। ତଥାପି ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ବହୁ ଦିନ ହେଲା ସେହି ଅଞ୍ଚଳରେ ହାତୀପଲ ଚଳପ୍ରଚଳ କରୁଛନ୍ତି। କେବେବେଳେ ବୌଦ୍ଧ ଆଡକୁ ଯାଉଛନ୍ତି ତ ପୁଣି ଫେରି ଆସୁଛନ୍ତି। ସେମାନଙ୍କ ଗତବିଧି ଉପରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ନଜର ରଖିଛନ୍ତି ବୋଲି ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe