ଗାଇସିଲାଟ୍‌ ଅଞ୍ଚଳରେ ହାତୀ ଆତଙ୍କ

ଗାଇସିଲାଟ୍‌ ଅଞ୍ଚଳରେ ହାତୀ ଆତଙ୍କ

ଗାଇସିଲାଟ: ବରଗଡ ଜିଲ୍ଲା ଗାଇସିଲାଟ୍‌ ବ୍ଲକ୍‌ ଅଂଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଗତ ଦୁଇ ଦିନ ଧରି ୨ଟି ହାତୀ ଝାଂଜ ପାହାଡ଼ରୁ ଚାଲିଆସି ଗାଇସିଲାଟ୍‌ ବ୍ଲକର କଟାବାହାଲ, କୁଲିଆରୀ, ବରାହମୁଣ୍ତା, କେନ୍ଦୁମାଳ, ଯୁବାଖୋଲ, ପରମାନନ୍ଦପୁର ଅଂଚଳରେ ତାଣ୍ତବଲୀଳା ରଚାଇଛନ୍ତି। ବହୁ ଚାଷୀଙ୍କ ଫସଲ ତଥା ପନିପରିବା ଚାଷଗୁଡିକୁ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ଫଳରେ ଅଂଚଳର ଚାଷୀ ମାନଙ୍କର ବହୁ କ୍ଷୟକ୍ଷତି ଘଟାଇଛନ୍ତି। ଅଂଚଳର କିଛି ଚାଷୀଙ୍କଠାରୁ ପ୍ରକାଶ ଯେ, ଗତ କିଛି ଦିନ ଧରି ହାତୀଙ୍କ ଦାଉରୁ ଚାଷକୁ ରକ୍ଷା କରିବା ପାଇଁ ରାତି ରାତି ଅନିଦ୍ରା ରହିବାକୁ ପଡୁଛି। ବିଗତ ବର୍ଷ ମାନଙ୍କରେ ବର୍ଷାଭାବ ଯୋଗୁଁ ମରୁଡିର ଶିକାର ହୋଇ ଚାଷୀର ମେରୁଦଣ୍ତ ଦୋହଲି ଯାଉଥିବା ବେଳେ ଚଳିତ ବର୍ଷ ଭଲ ଫସଲ ଅମଳ ହେବାକୁ ଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଅଂଚଳର ଚାଷୀମାନେ ଏକ ପ୍ରକାର ଆଶା ହରାଇ ନିରାଶ ଥିବାର ଅନୁଭବ ହୁଏ। ବନ ବିଭାଗ ନିରବଦ୍ରଷ୍ଟା ସାଜି ଥିବାରୁ ଅଂଚଳର ଦିନବେଳା ଯାତାୟତ ପାଇଁ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଦେଖାଦେଇଛି। କଟାବାହାଲରେ ଥିବା ମଲକେନ ନାଳାଠାରେ ହାତୀମାନେ ଏକ ପ୍ରକାର ବାସସ୍ଥାନ କରି ରହି ଗଲେଣି। ଆଗକୁ ବନ ବିଭାଗ ପଦକ୍ଷେପ ନ ନେଲେ ବିଭିନ୍ନ ଦୁର୍ଘଟଣା ତଥା ହାତୀ ମଣିଷ ମଧ୍ୟରେ ସଂଘର୍ଷ ହୋଇ ବହୁ ମୂଲ୍ୟବାନ ଜୀବନ ବଳି ପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe