ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଘଣ୍ଟାଶୁଣି ଜଙ୍ଗଲକୁ ମଙ୍ଗଳବାର ରାତିରୁ ଗୋଟିଏ ହାତୀ ଆସିଥିବା ଖବର ମିଳିଛି। ଏହା ଜଣାପଡ଼ିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀଟି ଅଙ୍ଗନଦୀ ପାରି ହୋଇ ଏହି ଜଙ୍ଗଲକୁ ପଶିଆସିଥିଲେ। ଏପରିକି ଜଙ୍ଗଲ ନିକଟ ଚାଷଜମିରେ ଧାନ ଫସଲ ଦଳି ଚକଟି ନଷ୍ଟ କରିଥିଲା। ଫଳରେ ଚାଷୀମାନେ ଚିନ୍ତାରେ ଥିବା କହିଛନ୍ତି। ବୁଧବାର ସକାଳୁ ଖବର ପାଇ ଘଟଣାସ୍ଥଳକୁ ସୁବର୍ଣ୍ଣପୁର ଏସିଏଫ୍ ଗିରିଧାରୀ ନାଗ ପହଞ୍ଚି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ରାତିରେ ହାତୀଟି ମହାନଦୀ ପାରି ହୋଇ ଉଲୁଣ୍ଡା ପଟକୁ ଚାଲିଯାଇଥିବା ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us