ପିକଅପ ଗାଡି ଧକ୍କାରେ ମାଈହାତୀ ଗୁରୁତର

Advertisment
ହାତୀ ଆକ୍ରମଣରେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ

Elephant Nature Park

ଦେବଗଡ଼: ଦେବଗଡ଼-ସମ୍ବଲପୁର ସୀମାନ୍ତବର୍ତ୍ତୀ ବଂଜାରି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ହାତୀ ଦଳ ରାସ୍ତା ପାର ହେଉଥିବାବେଳେ ପିକଅପ ଗାଡି ଧକ୍କାରେ ଗୋଟିଏ ମାଈ ହାତୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣକାରୀ ସଂସ୍ଥାର ଏକ ପିକଅପ ଗାଡି ଟିକିଲିପଡାରେ କ୍ୟାମ୍ପ କରି ରହିଥିବା ସ୍ଥାନକୁ ଉକ୍ତ ପିକ ଅପ ଗାଡି ଯାଉଥିବାବେଳେ ୨୩ଟି ହାତୀ ପଲ ରାସ୍ତା ପାର ହେଉଥିଲେ। ତେବେ ପିକଅପ ଗାଡି ଧକ୍କାରେ ଏକ ମାଈ ହାତୀ ଗୁରୁତର ଆହାତ ହୋଇଥିଲା । ଖବରପାଇ ଦେବଗଡ ବନବିଭାଗ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଛି । ତେବେ ହାତୀଟିର ଚିକିତ୍ସା ନିମନ୍ତେ ରାଉରକେଲାରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଘଟଣାସ୍ଥଳରେ ପଂହଚିଥିବା ଜଣାପଡିଛି । ଅନ୍ୟପଟେ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ମଧ୍ୟ ଘଟଣାସ୍ଥଳରେ ପଂହଚିସ୍ଥିତି ଅନୁଧ୍ୟାନ କରିଥିଲେ । ଅସୁସ୍ଥ ହାତୀ ଦେବଗଡ଼ ବନଖଣ୍ଡ ସୀମାନ୍ତ ଜମନକିରା ସେକ୍ସନ ଟିକଲିପଡା ବିଟ ଅନ୍ତର୍ଗତ ବଳଦିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ବନ କର୍ମଚାରୀ ମାନେ ହାତୀଟିର ଗତିବିଧି ଉପରେ ନଜର ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe