ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା

Advertisment

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କମେ ବିଟ୍ ଅନ୍ତର୍ଗତ ଜାମପଡାର ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତାହାତୀ ପଡି ରହିଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳୁ ଦେଖିବାକୁ ପାଇଥିଲେ, ପରେ ବନ ବିଭାଗ ଏସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ...

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କମେ ବିଟ୍ ଅନ୍ତର୍ଗତ ଜାମପଡାର ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତାହାତୀ ପଡି ରହିଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳୁ ଦେଖିବାକୁ ପାଇଥିଲେ, ପରେ ବନ ବିଭାଗ ଏସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ...

WhatsApp Image 2024-10-10 at 10.18.43 AM

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କମେ ବିଟ୍ ଅନ୍ତର୍ଗତ ଜାମପଡାର ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତାହାତୀ ପଡି ରହିଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳୁ ଦେଖିବାକୁ ପାଇଥିଲେ, ପରେ ବନ ବିଭାଗ ଏସମ୍ପର୍କରେ ଖବର ପାଇବା ପରେ ନର୍ଲା ଫରେଷ୍ଟର୍ ଭବାନୀ ନାଏକ, ବିଭାଗୀୟ କର୍ମଚାରୀ ତଥା ନର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।

ପରେ ଜେସିବି ସାହାଯ୍ୟରେ ମାଟି ଖୋଳିବା ପରେ ଉକ୍ତ କୂପରୁ ଦନ୍ତା ବାହାରି ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। 

ନର୍ଲା ଫରେଷ୍ଟର୍ ଭବାନୀ ନାଏକଙ୍କ ସୂଚନା ମୁତାବକ ପାଞ୍ଚ ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଉକ୍ତ କୂଅରେ ପଡି ଯାଇଥିଲା ।

ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଠିକ୍ ଦିନକ ପରେ ହାତୀ ହାତୀଙ୍କ ଲଢେଇରେ ଗୋଟିଏ ହାତୀ ଜୀବନ ଯାଇଥିଲା, ସେହିପରି କିଛିଦିନ ତଳେ ନର୍ଲା ନବୋଦୟ ବିଦ୍ୟାଳୟ ନିକଟରେ ମଧ୍ୟ ବିଦ୍ୟୁତ୍ ଆଘାତରେ ଗୋଟିଏ ମାଈହାତୀର ମୃତ୍ୟୁ ହୋଇଥିଲା। 

ନର୍ଲା ବ୍ଲକ୍ ଅଧିନ ବାଗପୁର, ଭାନପୁର, ଗିଗିନା, ରୁପ୍ରା, କର୍ମେଗାଁ, ଟକର୍ଲା, ପଲମ ଓ ମୁସ୍କୁଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ଲଗାତାର୍ ଭାବରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ଠିକ୍ ଭାବରେ ପେଟ୍ରୋଲିଂ କରୁନଥିବାରୁ ପ୍ରାୟ ଚାଷ ସମୟରେ ଜଙ୍ଗଲୀ ହାତୀ ଗାଁ ମୁହାଁ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। 

ସେହିପରି ଠିକ୍ ଦଶଦିନ ତଳେ ପରଲସିଙ୍ଗା ଭାୟା ସଅଁରାପଦର ରାସ୍ତା ପାର୍ଶ୍ବରେ ଏକ ଖାଲରେ ମଧ୍ୟ ହାତୀ ପଡିଥିବା ବେଳେ ବନବିଭାଗର ପ୍ରୟାସରେ ହାତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe