ରାଉରକେଲା: ହାତୀ ଆକ୍ରମଣରେ ମହିଳା ମୃତ

Advertisment
ରାଉରକେଲା: ହାତୀ ଆକ୍ରମଣରେ ମହିଳା ମୃତ

ରାଉରକେଲା: ଆଜି ଭୋରରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଞ୍ଜ ଅନ୍ତର୍ଗତ କୋପସିଂହା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିିଛି। ମୃତ ମହିଳା ଜଣକ ଘର ଭିତରେ ଶୋଇଥିବା ବେଳେ ହାତୀ ପଲ ଘର ଭାଙ୍ଗି ଭିତରେ ପଶିଥିଲେ। ସେଥିମଧ୍ୟରୁ ଗୋଟିଏ ହାତୀ ମହିଳାଙ୍କୁ ଶୁଣ୍ଢରେ ଭିଡ଼ିଆଣି ତଳେ କଚାଡ଼ି ମାରି ଦେଇଥିଲା। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe