କେନ୍ଦୁଝର: ହାତୀ ଆକ୍ରମଣରେ ୧୦ ବର୍ଷ ବାଳକର ମୃତ୍ୟୁ

Advertisment
କେନ୍ଦୁଝର: ହାତୀ ଆକ୍ରମଣରେ ୧୦ ବର୍ଷ ବାଳକର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଖୁଣ୍ଟାକଟା ଗାଁରେ ହାତୀ ଅ୍ରାକ୍ରମଣରେ ଜଣେ ୧୦ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମାଆ ଓ ୫ ମାସର ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଖୁଣ୍ଟାକଟା ଗାଁ ପାଖରେ ବୁଲିଥିବା ଏକ ଦନ୍ତା ହାତୀକୁ ବନବିଭାଗ କର୍ମଚାରୀ ମାନେ ଘଉଡ଼ାଉଥିବା ବେଳେ ହାତୀଟି ଗ୍ରାମର ଗଣେଶ୍ୱର ପ୍ରଧାନଙ୍କ ଘର ଭିତରକୁ ପଶିଯାଇଥିଲା। ଘର ଭିତରେ ଶୋଇଥିିବା ଶ୍ରୀ ପ୍ରଧାନଙ୍କ ୧୦ ବର୍ଷରର ପୁଅ ଲୁଟୁ ପ୍ରଧାନଙ୍କୁ ହାତୀ ଶୁଣ୍ଢରେ ଉଠାଇ ବାହାରକୁ ଫିଙ୍ଗି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘର ଭିତରେ ଶୋଇଥିବା ଗଣେଶ୍ୱରଙ୍କ ସ୍ତ୍ରୀ ବିଳାସିନୀ ପ୍ରଧାନ ଓ ତାଙ୍କ ୫ ମାସର ଝିଅ ହାତୀ ଆକ୍ରମଣରୁ ବଞ୍ଚିବା ପାଇ ବାହାରକୁ ପଳାଇ ଆସୁଥିବା ବେଳେ ହାତୀ ଶୁଣ୍ଢ ଆଘାତରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe