ରାଉରକେଲା: ଘରୁ ଟାଣିନେଇ ପାଦରେ ଦଳିଦେଲା ଦନ୍ତା

Advertisment
ରାଉରକେଲା: ଘରୁ ଟାଣିନେଇ ପାଦରେ ଦଳିଦେଲା ଦନ୍ତା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବନାଞ୍ଚଳ ଅନ୍ତଗତ ବୁଡ଼ିକାନି ଗାଁରେ ଗତକାଲି ରାତିରେ ହାତୀ ଜଣଙ୍କୁ ଘର ଭିତରେ ପଶି ଟାଣି ଆଣି ପାଦରେ ଦଳି ମାରି ଦେଇଛି। ଖବର ପାଇ ବନବିଭାଗ ଗାଁର ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁକୁ ୪/୫ଟି ହାତୀ ପଶି ଆସିଥିଲେ। ଏହି ହାତୀପଲଙ୍କୁ ଗ୍ରାମବାସୀ ମିଶି ତଡ଼ି ଦେଇଥିଲେ। ସମସ୍ତେ ପଳାଇ ଯାଇଥିିଲେ ମଧ୍ୟ ଗୋଟିଏ ଦନ୍ତା ହାତୀ ଗାଁ ମୁଣ୍ଡରେ ରହି ଯାଇଥିଲା। ଗାଁ ମୁଣ୍ଡରେ ଉମେଶ ମୁଣ୍ଡା(୫୦ ବର୍ଷ)ଙ୍କ ଘର। ଉମେଶଙ୍କ ପରିବାରର ସମସ୍ତେ ଗତକାଲି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଝାଡ଼ଖଣ୍ଡ ଚାଲି ଯାଇଥିଲେ। ଘର ଭିତରେ କେବଳ ଉମେଶ ଖାଇ ଶୋଇଥିଲେ। ରାତି ପ୍ରାୟ ୮ଟା ବେଳେ ଦନ୍ତା ହାତୀଟି ଉମେଶଙ୍କ ଘର ଭାଙ୍ଗିି ଭିତରେ ପଶିବା ସହିତ ଉମେଶଙ୍କୁ ଶୁଣ୍ଢରେ ଧରି ବାହାରକୁ ଆଣି ଫିଙ୍ଗିଦେଇଥିଲା। ପରେ ଉମେଶଙ୍କୁ ପାଦରେ ଦଳି ମାରି ଦେବା ପରେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe