ଢେଙ୍କାନାଳ: ଦୁଇ ଜଣଙ୍କୁ ହାତୀ ଦଳିଦେଲା

Advertisment
ଢେଙ୍କାନାଳ:  ଦୁଇ ଜଣଙ୍କୁ ହାତୀ ଦଳିଦେଲା

ଢେଙ୍କାନାଳ:  ଆଜି ସକାଳେ ଡେଙ୍କାନାଳ ଜିଲ୍ଲାର ସଦର ବ୍ଲକ୍‌ ଅଞ୍ଚଳରେ ୬୦ ଘର ହାତୀ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ହାତୀ ପଲ୍ଲ ଆଜି ସଦର ବ୍ଲକ୍‌ ଅଞ୍ଚଳରେ ଦୁଇଜଣଙ୍କୁ ଦଳି ମାରି ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ସଦର ବ୍ଲକ୍‌  ଚାଉଳିଆ ଖମାର ଗାଁର ଅଚ୍ୟୁତ ରାଉତ ଆଜି ଭୋରରୁ ବାଇଗଣ ତୋଳିବା ପାଇଁ ତାଙ୍କ ବାଇଗଣ  କିଆରିକୁ ଯାଇଥିବା ବେଳେ ହାତୀ ପଲଙ୍କ ହାବୁଡ଼ରେ ପଡ଼ିଥିଲେ। ଏହି ହାତୀ ପଲ ଶ୍ରୀ ରାଉତଙ୍କୁ ଟାଣି ନେଇ ତାଙ୍କ ମୁଣ୍ଡ ଉପରେ ପାଦ ଦେଇ ଦଳି ଦେଇଛି। ସେହିପରି ଦାମୋଦର ନାଳିର ନିରଞ୍ଜନ ମହାନ୍ତି(୭୨ ବର୍ଷ) ଶୌଚ ହେବା ପାଇଁ  ସାଗରମଲକ୍ଲ ଫାର୍ମ ପଛପଟକୁ ଯାଇଥିବା ବେଳେ ହାତୀ ପଲ ତାଙ୍କ ମଧ୍ୟ ଦଳି ହତ୍ୟା କରିଛନ୍ତି । ଉଭୟ ମୃତଦେହ ଉଦ୍ଧାର କରାଯାଇ ଡାକ୍ତରଖାନାରେ ବ୍ୟବଛେଦ ପାଇଁ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe