ସୁନ୍ଦରଗଡ଼: ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦେଓଭବନପୁର ତେଲିସାହିରେ ରହୁଥିବା ହିତେଶ୍ୱରୀ ପୃଷେଠ୍ (୪୨ ବର୍ଷ) ନାମକ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଦଳି ମାରି ଦେଇଛି। ବିଳମ୍ବିତ ରାତିରେ ଦନ୍ତାହାତୀଟି ଶ୍ରୀମତୀ ପୃଷେଠ୍ଙ୍କ ଘର ଭାଙ୍ଗି ଦେଇଥିଲା। ଫଳରେ ଭୟରେ ଶ୍ରୀମତୀ ପୃଷେଠ୍ ଘରୁ ଦୌଡ଼ି ପଳାଇବା ବେଳେ ହାତୀଟି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଘର ଠାରୁ ୧୦୦ ମିଟର ଦୂରରେ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ସକାଳେ ବନବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୁନ୍ଦରଗଡ଼: ମହିଳାଙ୍କୁ ହାତୀ ଦଳି ଦେଲା
Advertisment
Follow Us