ଚାଷୀଙ୍କ ୨ ଏକର ଆଖୁଚାଷ ନଷ୍ଟକଲେ ହାତୀପଲ

ଚାଷୀଙ୍କ ୨ ଏକର ଆଖୁଚାଷ ନଷ୍ଟକଲେ ହାତୀପଲ

OdishaTV

କଣ୍ଟାମାଳ: ଗତ ମଙ୍ଗଳବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ନାରାୟଣପ୍ରସାଦ ସେକ୍ସନ ଅନ୍ତର୍ଗତ ଘୁଚାଙ୍ଗି ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଶନିବାର ଭୁବନେଶ୍ବରରୁ ବନବିଭାଗ ସିସିଏଫ ଆସି ଏହାର ତଦନ୍ତ କରିଥିବା ବେଳେ ହାତୀ ଉପଦ୍ରବରେ ବ୍ୟାପକ ଆଖୁ ଫସଲ ନଷ୍ଟ ହୋଇଥିବା ଭଳି ଖବର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଘୁଚାଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ଦୀର୍ଘଦିନ ଧରି ବଣୁଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ବେଳେ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଗ୍ରାମର ଥବିର ରଣା ନିଜ ଦୁଇ ଏକର ଜାଗାରେ କରିଥିବା ଆଖୁ ଚାଷକୁ ୧୨ଟିକିଆ ହାତୀପଲ ନଷ୍ଟ କରିଥିବା ସେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଦନ୍ତ କରି ଖୁବଶୀଘ୍ର ଉପଯୁକ୍ତ କ୍ଷତିପୂରଣ ଦେବାକୁ ଡିଏଫଓ ତା’ଙ୍କୁ ପ୍ରତିଶ୍ରୁତି ଦେଇଥିବା ଥବିର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe