ଯୁଯୁମୁରାରେ ପୁଣି ହାତୀ ଉପଦ୍ରବ; ଭାଙ୍ଗିଲା ଘର, ଖାଇଲା ଚାଉଳ

Advertisment
ଯୁଯୁମୁରାରେ ପୁଣି ହାତୀ ଉପଦ୍ରବ; ଭାଙ୍ଗିଲା ଘର, ଖାଇଲା ଚାଉଳ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ବଣୁଆ ଦନ୍ତା ହାତୀଙ୍କ ଉପଦ୍ରବ ଥମିବାର ନା ନେଉନାହିଁ। ଏହା ନିତିଦିନିଆ ଘଟଣା ହୋଇଛି। ଅଞ୍ଚଳବାସୀ ମଧ୍ୟ ଏହାଦ୍ବାରା ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ହାତୀଗୁଡିକୁ ନିୟନ୍ତ୍ରଣ କରିବା ଦିଗରେ ବିଫଳ ହେଉଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ବଣୁଆ ଦନ୍ତା ହାତୀ ଉପଦ୍ରବରେ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ ମୁଣ୍ଢେରସ୍ଥିତ ପିୟୁସ କମ୍ପାନିର ୩ଟି ଘର ଓ ଗାଁର କିଆ ଶିକା(୬୫)ଙ୍କ ଘର ଭାଙ୍ଗିବା ସହ ଚାଉଳ ଖାଇଦେଇଥିବା ଅଭିଯୋଗ ହୋଇଛି। ପରେ ଜାତୀୟ ରାଜପଥ ଅତିକ୍ରମ କରି ଖଲିଆପାଲି ଗାଁ ମୁହାଁ ହୋଇଥିବା କୁହାଯାଉଛି। ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଯୁଗ୍ମ ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

ଗତ ୧୭ ତାରିଖରେ ଯୁଯୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ କୁସନପୁରୀ ଗ୍ରାମରେ ଏକ ଦନ୍ତାହାତୀ ପଶିଆସି ଉପଦ୍ରବ କରିବା ଆରମ୍ଭ କରିଥିଲା। ଦନ୍ତାଟି ଗ୍ରାମରେ ରହୁଥିବା ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଘରେ ପଶି ଧାନ ଖାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗ୍ରାମର ସନ୍ତୋଷ କର, ରାମକୃଷ୍ଣ କର, ଅଶ୍ବିନୀ କର, ବାବୁଲା ପଣ୍ଡା, ଭୀମ ନାଏକ, ସୁରେନ୍ଦ୍ର ନାଏକଙ୍କ ଘର ଭାଙ୍ଗିଥିଲା। ସେହିପରି ମନ୍‌ସି ବିଶ୍ବାଳଙ୍କ ଦୋକାନ ଘର ଭାଙ୍ଗି ଧାନ ଚାଉଳ ଖାଇଥିବା ଅଭିଯୋଗ ହୋଇଥିଲା। ପରେ ହାତୀଟି ଜଗନ୍ନାଥ ମନ୍ଦିର ଷ୍ଟିଲ୍‌ ରେଲିଂ ଭାଙ୍ଗି ଦେଇଥିଲା। ଗ୍ରାମବାସୀ ଦନ୍ତାକୁ ଦେଖି  ଭୟଭୀତ ହୋଇଥିବା ବେଳେ ହାତୀକୁ ଘଉଡାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe