ଜନବସତି ମୁଁହା ହାତୀପଲ: ନଷ୍ଟ କଲେ ମକାଚାଷ, କଦଳୀ ବଗିଚା

ଜନବସତି ମୁଁହା ହାତୀପଲ: ନଷ୍ଟ କଲେ ମକାଚାଷ, କଦଳୀ ବଗିଚା
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତ ଅଧିନରେ ଥିବା ବତିଙ୍ଗିଆ କାମ୍ବାନାଜୁ ଗ୍ରାମରେ ଗ୍ରାମବାସୀଙ୍କ ସମ୍ମୁଖରେ ହାତୀପଲ ନଷ୍ଟ କଲେ ମକା, କଦଳୀ ଧାନ ଓ ବାଉଁଶ।
ଗତକାଲି ଗୋଟିଏ ଦନ୍ତା ହାତୀ ଆସି ଏହି ଅଞ୍ଚଳ ବୁଲି ଯାଇଥିଲା ଶୁକ୍ରବାର ରାତି ପ୍ରାୟ ୧୧.୩୦ ରୁ ୧୨ଟା ହେବ ହାତୀପଲ ଗାଁ ମୁହା ହୋଇଥିଲେ। ଏହି ହାତୀପଲ ଗ୍ରାମବାସୀଙ୍କ ସମ୍ମୁଖରେ ନିକଟରେ ରହିଥିବା ମକା ବିଲରେ ପଶି ପ୍ରଥମେ ଖାଇଥିଲେ ଓ ସେଠାରେ ହାତୀ ଛୁଆମାନେ ଖେଳିବୁଲି ନଷ୍ଟ  କରିଥିଲେ। ସେଠାରେ କୁଡ଼ିଆରେ ଥିବା ସାର୍ ପିଡ଼ିଆ ଓ ମେଡ଼ିସିନ ସହିତ ଅନ୍ୟ ସରଞ୍ଜାମ ନଷ୍ଟ କରିଥିଲେ ଓ ମକା ପ୍ରାୟ ୩ ରୁ ୪ ଟି ବିଲ ବୁଲି ବୁଲି ନଷ୍ଟ କରିବା ସହିତ ଖାଇଥିଲେ। ଏହି ସମସ୍ତ ଦୃଶ୍ୟ ଗ୍ରାମବାସୀ ଦେଖୁଥିଲେ ଓ ତାଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ହେଲେ ସେମାନଙ୍କର ହୋହାଲ୍ଲା କିଛି ଫରକ୍ ପଡ଼ି ନ ଥିଲା। ହାତୀପଲ ଫସଲ ନଷ୍ଟ କରି ଚାଲିଥିଲେ।
publive-image
ତେବେ ମକା ନଷ୍ଟ କଲା ପରେ ଧାନ,କଦଳୀ ଓ ବାଉଁଶ ମଧ୍ୟ ନଷ୍ଟ କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ସେପଟେ ୬୦ ହଜାର ଟଙ୍କାର ମକା ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ଲେଙ୍କା ନାୟକ ସୂଚନା ଦେଇଥିବା ବେଳେ ସରକାର କ୍ଷୟକ୍ଷତି କେବେ ଦେବେ ତାହା ମଧ୍ୟ ସ୍ପଷ୍ଟ ନାହିଁ। ବନ ବିଭାଗ କେବଳ ଆସି ବୁଲି ଦେଖି ଯାଉଛନ୍ତି। ହାତୀପଲ ଏହି ଅଞ୍ଚଳ ଛାଡି କେମିତି ଯିବେ ସେ ବ୍ୟବସ୍ଥା କରିବା ପାଇଁ ଦାବି ହେଇଥିବା ବେଳେ ଅଞ୍ଚଳର ଲୋକେ ଭୟଭୀତ ଥିବା ସୂଚନା ରହିଛି।
ଦିନକୁ ଦିନ ହାତୀଗୁଡ଼ିକ ଗାଁ ମୂହା ହୋଇ ମାଡ଼ି ଯାଉଥିବା ଦେଖିବାକୁ ମିଳିଛି। ପ୍ରଥମେ କଳିଙ୍ଗା ଓ କୁର୍ମୀଙ୍ଗିଆ ପରେ ରେଟୁଡି ଏବେ ବତୀଙ୍ଗିଆ କାମ୍ବିନାଯୁ ପର୍ଯ୍ୟନ୍ତ ମାଡ଼ିଗଲେଣି। କେବେ କେଉଁ ଆଡ଼କୁ ଯାଉଛନ୍ତି ତାହା କେହି କହି ପାରୁନାହାଁନ୍ତି। ଅଞ୍ଚଳରେ ଏବେ ହାତୀପଲ ପାଇଁ ଭୟଭୀତ ଲୋକେ ହୋଇଥିବା ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe