ଚମ୍ପୁଆ: ଚମ୍ପୁଆ ବ୍ଲକ୍ରେ ଏକ ୧୪ଟିକିଆ ହାତୀପଲ ଡେରା ପକାଇଛନ୍ତି। ଖରାଦିନିଆ ଧାନ ଖାଇବା ପାଇଁ ହାତୀପଲ ବୈତରଣୀ ନଦୀକୂଳରେ ଘୂରି ବୁଲୁଛନ୍ତି। ବିଲରେ ପଶି ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରୁଛି।
ଗତକାଲି ରାତିରେ ଏହି ହାତୀପଲ ସରେଇ ଗ୍ରାମରେ ପଶି କନ୍ଦା ବେଣ୍ଟକାର ଓ ବାହାଦୁର ବେଣ୍ଟକାରଙ୍କ ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରିବା ସହ ଧାନଚାଉଳ ଖାଇଛନ୍ତି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।
Follow Us