ଏକାଧିକ ଘର ସହିତ ସ୍କୁଟି ଓ ବାଇକ ନଷ୍ଟକଲା ହାତୀ

Advertisment
ଏକାଧିକ ଘର ସହିତ ସ୍କୁଟି ଓ ବାଇକ ନଷ୍ଟକଲା ହାତୀ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ରହିଥିବା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନଥିବା ବେଳେ ନିରୀହ ଲୋକଙ୍କ ଧନଜୀବନ ବ୍ୟାପକ ପରିମାଣର ହାନି ଘଟୁଛି ।ଗତ ଗୁରୁବାର ଅପରାହ୍ନରେ ଦୁଇଟି ହାତୀ ଆକ୍ରମଣରେ ଜନୈକା ବୃଦ୍ଧା ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ଛଅଟା ସମୟରେ ଏକ ପାଞ୍ଚଟିକିଆ ହାତୀପଲ ଏହି ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଆଣୁଆଁ ଗ୍ରାମରେ ହାତୀ ଉତ୍ପାତ ଦେଖିବାକୁ ମିଳିଥିବା ବେଳେ ଉକ୍ତ ଗ୍ରାମର ଦୁଃଖିଆ ହେମ୍ବ୍ରମଙ୍କ ଘର ଭାଙ୍ଗିଦେଇଛନ୍ତି ହାତୀ ପଲ ଏବଂ ଏକ ସ୍କୁଟି ମଧ୍ୟ ଭାଙ୍ଗିଛନ୍ତି । ତେବେ ଦୁଃଖିଆଙ୍କୁ ସରକାରୀ ସହାୟତା ଯଥାଶୀଘ୍ର ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାସଗୋବିନ୍ଦପୁର ରେଞ୍ଜର ମହାବୀରସିଂ ମୁର୍ମୁ ।

ସେହିପରି ଏହି ବ୍ଲକ ତଥା ବେତନଟି ରେଞ୍ଜର ଦୁର୍ଗାପୁର, ଭାଲୁକଚୁଆ,ସୁନାହଜାର ଜଙ୍ଗଲରେ ବର୍ତ୍ତମାନ ପନ୍ଦରଟି ହାତୀ ଥିବା ବେଳେ ହାତୀପଲ ଉପରେ ବନବିଭାଗ ନଜର ରଖିଥିବାର କହିଛନ୍ତି ରେଞ୍ଜର ଘନଶ୍ୟାମ ସିଂ ।ସେହିପରି ବେତନଟୀ ରେଞ୍ଜ ଅଧିନ ଭାଲିଆଡିହା ପଞ୍ଚାୟତ ର କେନ୍ଦୁଛାଟିଆ ଗ୍ରାମରେ ତିନିଜଣଙ୍କ ଘର ଭାଙ୍ଗିଥିବା ଜଣାପଡିଛି ।ସେହିପରି ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି କୁ ମଧ୍ୟ ହାତୀ ପଲ ଆକ୍ରମଣ କରି ଭାଙ୍ଗିଦେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe