ଖତକୁରବାହାଲରେ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାମୁହିଁ, ୧୧ ଅଟକ

Advertisment
ଖତକୁରବାହାଲରେ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାମୁହିଁ, ୧୧ ଅଟକ

Sambad

କୁତ୍ରା: କୁତ୍ରା (ସୁନ୍ଦରଗଡ଼) କୁତ୍ରା ବ୍ଲକ ଅନ୍ତର୍ଗତ ଶିବା ସିମେଣ୍ଟ ଜେଏସଡବ୍ଲୁ କାରଖାନାର କଞ୍ଚାମାଲ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଖତକୁରବାହାଲରେ ଥିବା ଚୂନପଥର ଖଣିର ସଂପ୍ରସାରଣ ସହ କ୍ରସର ସ୍ଥାପନ କରିବାକୁ ଖଣିର ଉତ୍ପାଦନ କ୍ଷମତା ୫.୫୪୩ ଟିପିଏ ସହିତ ଘଣ୍ଟାରେ ୫ଶହ ଟନ କ୍ଷମତା ବିଶିଷ୍ଟ କ୍ରସର ଏବଂ ଏକ ସ୍କ୍ରିନିଂ ମେସିନ ସ୍ଥାପନ କରିବା ପାଇଁ ୧୫୬.୪୩ ହେକ୍ଟର ଜମିରେ ସ୍ଥିର କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀ, ପ୍ରଶାସନ ଓ କମ୍ପାନୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଦିର୍ଘ ଦିନ ହେବ ଅସନ୍ତୋଷ ଦେଖାଦେଇଛି। ତେବେ ଖତକୁରବାହାଲ- ପତ୍ରାଟୋଲି ରାସ୍ତାକୁ ନେଇ କେତେବେଳେ ଖଣି କର୍ମଚାରୀମାନେ ରାତାରାତି ରାସ୍ତା ଖୋଳି ତାରବାଡ ଦେଉଛନ୍ତି ତ କେତେବେଳେ ଗ୍ରାମବାସୀ ରାସ୍ତାକୁ ପୋତି ତାରବାଡ ହଟାଉଛନ୍ତି। କେତେବେଳେ ପୁଣି ଉକ୍ତ ରାସ୍ତା ଯେପରି କମ୍ପାନୀ ହାତକୁ ନ ଯାଏ ସେଥିପାଇଁ ଗ୍ରାମବାସୀ ରାତି ହେଲେ ପାଳିକରି ରାସ୍ତାକୁ ଜଗୁଛନ୍ତି।

ଏହାରି ଭିତରେ ଏବେ ଜିଲ୍ଲା ପ୍ରଶାସନ ପୋଲିସ ସହାୟତାରେ ଉକ୍ତ ରାସ୍ତାକୁ ଆଜି ଖୋଳି ଦେଇଛନ୍ତି। ରାସ୍ତା ଖୋଳା ସମୟରେ ଉଭୟ ପୁଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଥିବାବେଳେ ପୋଲିସ ମୃଦୁ ଲାଠି ଚାଳନା କରି ୧୧ ଜଣଙ୍କୁ ଅଟକ ରଖିଛି। ଘଟଣାରୁ ପ୍ରକାଶ ଆଜି ସୁନ୍ଦରଗଡ ସବକଲେକ୍ଟର ଅଭିମନ୍ୟୁ ବେହେରା, କୁତ୍ରା ତହସିଲଦାର ରବିନ୍ଦ୍ର କୁମାର ସେଠୀ, ଅତିରିକ୍ତ ତହସିଲଦାର ହାବିଲ ଖାଖା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନାରାୟଣ ବାରିକ, ଥାନା ଅଧିକାରୀ ସୁଶାନ୍ତ କୁମାର ପଡା ସମେତ ୫ ପ୍ଲାଟୁନ ପୁଲିସ ଫୋର୍ସ ସହ ଖତକୁରବାହାଲ ସ୍ଥିତ ଚୂନପଥର ଖଣିରେ ପହଞ୍ଚି ଜେସିବି ସାହାଯ୍ୟରେ ଖଣି ପାଶ୍ବରେ ଥିବା ଖତକୁରବାହାଲ- ପତ୍ରାଟୋଲି ରାସ୍ତାକୁ ଖୋଳିବା ପାଇଁ ଉଦ୍ୟମ କଲାବେଳେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ମୁହାମୁହିଁ ପରିସ୍ଥିତି ଥିବା ବେଳେ ପୁଲିସର ମୃଦୁ ଲାଠି ଲାଳନା ହୋଇଥିଲା। ଏହାପରେ ପୁଲିସ ୧୧ ଜଣଙ୍କୁ ଉଠାଇ ନେଇ କୁତ୍ରା ଥାନାରେ ଅଟକ ରଖିଛି। ଏଥିପାଇଁ ଆଜି ଖତକୁରବାହାଲ ଅଶାନ୍ତ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe