ଭଦ୍ରକରେ ଐତିହାସିକ ଚାଷୀ ଆନ୍ଦୋଳନର ୧୧ ମାସ ପୂର୍ତ୍ତି ଅବସରରେ ସଭା ଓ ଶୋଭାଯାତ୍ରା

Advertisment
ଭଦ୍ରକରେ ଐତିହାସିକ ଚାଷୀ ଆନ୍ଦୋଳନର ୧୧ ମାସ ପୂର୍ତ୍ତି ଅବସରରେ ସଭା ଓ ଶୋଭାଯାତ୍ରା

Sambad

ଭଦ୍ରକ: ଉତ୍ତର ପ୍ରଦେଶ ସ୍ଥିତ ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଚାଷୀ ଗଣହତ୍ୟାକାରୀ ଆଶିଷ ମିଶ୍ରଙ୍କ ପିତା କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା, ଉକ୍ତ ଗଣହତ୍ୟାରେ ଜଡିତ ସମସ୍ତ ଆସାମୀ ମାନଙ୍କ ବିରୋଧରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଚାଷୀ ବିରୋଧୀ ୩ ଟି କଳା କୃଷି ଆଇନ-୨୦୨୦ ବାତିଲ କରିବା, ସମସ୍ତ କୃଷି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ଗ୍ୟାରେଣ୍ଟି ଯୁକ୍ତ ଆଇନ ପ୍ରଣୟନ କରିବା, ପ୍ରତ୍ୟେକ ଦିନ ଜାତୀୟ ସଂପତ୍ତି ବିକ୍ରି କରୁଥିବା ମୋଦି ସରକାର ଗାଦି ଛାଡ ଦାବି କରି ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ଜିଲ୍ଲା ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି କଚେରୀ ବଜାର ଠାରେ ପହଞ୍ଚି ଏକ ପ୍ରତିବାଦ ସଭା ସଂଯୁକ୍ତ କୃଷକ ମୋର୍ଚ୍ଚାର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଓଡିଶା କୃଷକ ସଭା ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କ୍ଷେତମଜଦୂର ୟୁନିୟନ ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ପାଢୀ, ଚାଷୀ ନେତା ଗିରିଧାରୀ ନାଥ, ଶଶିଭୂଷଣ ପଣ୍ଡା, ରଞ୍ଜନ ନାୟକ, କୃଷକ ନେତା ସମର ବଳ, ଚାଷୀ ନେତା ସେକ୍ କମର, ସେକ୍ କାଲୁ, ବଳରାମ ମୁଦୁଲି, ବିନୋଦ ସାହୁ, ପ୍ରତାପ ସେଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରିଥିଲେ। ଜମିହଡପ ଆଇନ, ସରକାରୀ ମଣ୍ଡି ଉଛେଦ ଆଇନ, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଁ ଉଦ୍ଧିଷ୍ଟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୨୦୨୦କୁ ତୁରନ୍ତ ରଦ୍ଦ କରିବାକୁ ପ୍ରତିବାଦ ସଭା ମାଧ୍ୟମରେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe