ମୁଡୁକି କରିଛି ସ୍ବାବଲମ୍ବୀ

ମୁଡୁକି କରିଛି ସ୍ବାବଲମ୍ବୀ

ଝାରସୁଗୁଡ଼ା: ବାହାଘରର ବର୍ଷକ ପରେ ଆର୍ଥିକ ଅନାଟନର ବୋଝ କଳା ବାଦଲ ପରିବାର ଉପରେ ଛାଇ ଯାଇଥିଲା। ହେଲେ ଏହି ଆର୍ଥିକ ସଙ୍କଟ ଆଗରେ ହାର୍ ନମାନି ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାର ବାଟ ବାଛିଥିଲେ ଝାରସୁଗୁଡ଼ା ସହରର ବିଟିଏମ୍ କଲୋନିର ସବିତା ଭୂୟାଁ। ମା’ ଘର ବ୍ରହ୍ମପୁରରୁ ଶିଖିଥିବା ମୁଡ଼ୁକି, ଦାନ୍ତକିଲି ତିଆରି କରିବାର କଳାକୁ ସେ ବାଛି ନେଇଥିଲେ। ଆଜିକୁ ୧୫ ବର୍ଷ ହେବ ସେହି ବ୍ୟବସାୟ କରି ସବିତା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ପୁଅକୁ ପାଠ ପଠାଇ ଯୋଗ୍ୟ କରିବା ସାଙ୍ଗକୁ ସୁରୁଖୁରୁରେ ପରିବାର ବି ଚଳାଇ ନେଉଛନ୍ତି।

ଝାରସୁଗୁଡ଼ା ସହର ଓ ଏହାର ଆଖପାଖରେ ସବିତାଙ୍କ ହାତ ତିଆରି ମୁଡୁକିର ଚାହିଦା ବି ବେଶ୍ ଅଧିକ। ଦିନର ପ୍ରାୟ ସମୟ ସେ ବ୍ୟବସାୟରେ ଦେଉଥିବା ବେଳେ ଏଥିରେ ତାଙ୍କୁ ତାଙ୍କ ମା’ ଓ ପୁଅ ବି ସହଯୋଗ କରିଥାନ୍ତି। ନିଜ ଘରେ ମୁଡ଼ୁକି ତିଆରି କରିବା ପାଇଁ ସ୍ବତନ୍ତ୍ର ମେସିନ୍ ମଧ୍ୟ ସେ ବସାଇ ପାରିଛନ୍ତି। କେବଳ ଯେ ଭଳି କି ଭଳି ମୁଡ଼ୁକି ନୁହେଁ ବରଂ ବଡ଼ି ଓ ପାମ୍ପଡ଼ ମଧ୍ୟ ସେ ପ୍ରସ୍ତୁତ କରୁଥିବା ବେଳେ ବ୍ୟବସାୟୀମାନେ ଘରକୁ ଆସି ସବିତାଙ୍କ ହାତ ତିଆରି ସାମଗ୍ରୀ କିଣି ନେଇଥାନ୍ତି। ସେପଟେ, ଆଖପାଖର ଏକାଧିକ ମହିଳା ବି ଆସି ସବିତାଙ୍କ ନିକଟରୁ ଏହି ମୁଡ଼ୁକି ପ୍ରସ୍ତୁତିର ତାଲିମ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe