ସୀମାନ୍ତରେ ଏନକାଉଣ୍ଟର : ୨ ହାର୍ଡକୋର ନକ୍ସଲ ନିପାତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ସୀମାନ୍ତରେ ଏନକାଉଣ୍ଟର : ୨ ହାର୍ଡକୋର ନକ୍ସଲ ନିପାତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ସହ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଜିଲ୍ଲାର ବଡେଗୁଡରା ଜଂଗଲରେ କୁମ୍ବିଂ କରିବାକୁ ବାହାରିଥିଲେ। ଏହି ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖିବା ମାତ୍ରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ପୁଲିସ ଗୁଳିର ସାମ୍ନା କରି ନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ହାର୍ଡକୋର ନକ୍ସଲଙ୍କର ମୃତଦେହକୁ ଜବତ କରିଛି।

publive-image Sambad

ଏଥିସହ ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ମୃତ୍ୟୁବରଣ କରିଥିବା ମାଓବାଦୀମାନେ ହେଲେ କଟେକଲ୍ୟାଣ ଏରିଆ କମିଟିର ଡେପୁଟି କମାଣ୍ଡର ମାଡବି ହିଡମା ଏବଂ ମିଲିସିଆ କମାଣ୍ଡର ଦୁସରା ଆଇତା। ମାଡବି ହିଡମା ନାମରେ ସରକାର ୩ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଦୁସରା ଆଇତା ନାମରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କଲାବେଳେ ୫ କିଲୋ ଓଜନର ଏକ ଟିଫିନ ବୋମା ମଧ୍ୟ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ଏହି ଗୁଳିବିନିମୟରେ ବହୁ ମାଓବାଦୀ ମୃତାହତ ହୋଇଥିବା ନେଇ ପୁଲିସ କହିଛି। ତେବେ ଏକ ବଡ ଧରଣର ଆକ୍ରମଣ ପାଇଁ ମାଓବାଦୀ ଯୋଜନା କରୁଥିବା ଜଣାପଡିଛି। ତେବେ ଏହାକୁ ଯବାନ ବିଫଳ କରିବା ସହ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe