ଥୁଆପାଲି: ଭେଡ଼େନ ଥାନା ବକଟି ପଞ୍ଚାୟତ ବୁର୍ଦ୍ଦା ଗାଁରେ ପୁଲିସ୍ ଚଢ଼ଉ କରି ୬ ଜଣ ଜୁଆଡ଼ି ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତାସ୍ ମାଧ୍ୟମରେ ଗାଁର କଣ୍ଟାଟିକ୍ରାଠାରେ ଜୁଆ ଆଡ୍ଡା ଚାଲିଥିଲା। ଏସଆଇ ସୌମ୍ୟକାନ୍ତ ବଲିଆର ସିଂଙ୍କ ନେତୃତ୍ୱରେ ପୁଲିସ୍ ସଦଳବଳ ଚଢ଼ଉ କରି ୨ ପାକେଟ୍ ତାସ ସହ ଚତ୍ରୁ ଜଗତ, ରମାକାନ୍ତ ଭୁଏ, ରବିନାରାୟଣ ନାଏକ, ପୂର୍ଣ୍ଣଚନ୍ଦ୍ର ଷଣ୍ଢ, ରମାକାନ୍ତ ପଣ୍ଡା, ଖଗେଶ୍ୱର କ୍ଷେତିଙ୍କୁ ଗିରଫ କରିଥିଲା। ଆଉ କିଛି ବଡ଼ ତଥା ପ୍ରଭାବଶାଳୀ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କଠାରୁ ୩୧୪୦ ଟଙ୍କା ଜବତ କରାଯାଇଛି। କନେଷ୍ଟବଳ କୀର୍ତ୍ତି ସୋରେନ, ହୋମଗାର୍ଡ ଦୁର୍ଯ୍ୟୋଧନ ବାଗ ଏବଂ ଅନ୍ୟମାନେ ଚଢ଼ଉ କରିଥିଲେ।
ବୁର୍ଦ୍ଦା ଗାଁରେ ଚଢ଼ଉ, ୬ ଜୁଆଡ଼ି ଗିରଫ
Advertisment
Follow Us