ପୁରୀ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ

ପୁରୀ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ମନ୍ଦିରର ଚାରିପାର୍ଶ୍ୱରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ କୋଠା ଆଦିକୁ ଭଙ୍ଗା ଯିବ ବୋଲି ଖବର ପ୍ରଚାର ହେବା ପରେ ଗତକାଲି (ରବିବାର) ସ୍ଥାନୀୟ ଅଞ୍ଚଳରେ ଉଠା ଦୋକାନୀ ତଥା ଅସ୍ଥାୟୀ ଦେକାନୀମାନେ ନିଜର କ୍ୟାବିନ୍‌କୁ ଉଠାଇ ଦେବା ସହିତ ସ୍ଥାୟୀ ଦୋକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାରଡ ଓ ଟିଣ ଆଜବେଷ୍ଟ ଆଦିକୁ କାଢ଼ି ଦେଇଛନ୍ତି।

ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁଯେଉଁ ସ୍ଥାନରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଅସ୍ଥାୟୀ ନିର୍ମାଣକୁ କାଢ଼ି ଦିଆଯାଇଥିଲା। ଏହାରି ଭିତରେ ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ମନ୍ଦିିର ଚାରିପାଖେ ଯେଉଁ ସ୍ଥାନଗୁଡ଼ିକ ରହିଛି ତାକୁ ମଧ୍ୟ ଉଚ୍ଛେଦ କରାଯାଉଛି। ଉଚ୍ଛେଦ ପ୍ରକ୍ରିୟା ମଧ୍ୟରେ ଦ୍ୱିତୀୟ ଦିନରେ ମଙ୍ଗୁ ମଠର ଉଚ୍ଛେଦ ପାଳି ବି ପଡ଼ିଛି। ଏନେଇ ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତ ହୋଇଛି। ମଙ୍ଗୁ ମଠରେ ଥିବା ଏକ ହୋଟେଲ ସହିତ କର ରେସ୍ତୋରାଁ ଓ ୨୦ରୁ ଅଧିକ ଦୋକାନ ଘରକୁ ଖାଲି କରାଯାଉଛି। ଖାଲି କରାଯିବା ପରେ ଏହି ଦୋକାନଗୁଡ଼ିକୁ ଉଚ୍ଛେଦ କରାଯିବ। ଘଟଣାସ୍ଥଳରେ ଜିଲ୍ଲାପାଳ ବି ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe