ଭଦ୍ରକ ମୋଚିଛକରୁ ଜବରଦଖଲ ଉଚ୍ଛେଦ

Advertisment
ଭଦ୍ରକ ମୋଚିଛକରୁ ଜବରଦଖଲ ଉଚ୍ଛେଦ
ଭଦ୍ରକ: ଭଦ୍ରକ ମୋଚି ଛକରୁ ଭଦ୍ରକାଳୀ ରାସ୍ତାରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ବେଳେ ଚାପା ଉତେଜନା ପ୍ରକାଶ ପାଇଥିଲା। ଯେଉଁ ଦୋକାନୀମାନଙ୍କ ଦୋକାନ ଘର ଭଙ୍ଗା ଯାଇଥିଲା, ସେମାନେ ଏହି ଉଛେଦର ପ୍ରତିବାଦ କରିବା ସାନ ଆମର ଜୀବିକା ବୁଡ଼ିଗଲା ବୋଲି କହିଥିଲେ। କୋର୍ଟରେ ମାମଲା ଚାଲିଥିଲେ ବି ଏହି ଉଚ୍ଛେଦ କରାଯାଇଥିଲା ବୋଲି ଦୋକାନୀମାନେ ଅଭିଯୋଗ କରିଥିଲେ।
ପ୍ରକାଶ ଥାଉକି ଭଦ୍ରକର ପୁରୁଣା କଚେରି ମୋଚି ଛକ ଦେଇ ପୁରୁନାବଜାର ଦେଇ ମା ଭଦ୍ରକାଳୀ ପୀଠକୁ ରାସ୍ତା ଯାଇଥିଲା। ରାତି ପାହିଲେ ଏହି ରାସ୍ତାରେ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଏହି ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ଲାଗି ୫ କାଟି ୧୯ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ମାତ୍ର ରାସ୍ତାର ଜବରଦଖଲ ରହିଥିବାରୁ ଏହାର ପ୍ରଶସ୍ତୀକରଣ ଓ ନିର୍ମାଣ କାମ ଆଗକୁ ଆଗେଇ ପାରୁ ନାହିଁ। ଏହିବୋରି ପ୍ରେକ୍ଷିରେ ମୋଚି ଛକରେ ଥିବା ମଠ ଜମିରେ କିଛି ଲୋକ ଦୀର୍ଘ ବର୍ଷ ହେଲା ଦୋକାନ କରି ଚଳୁ ଥିଲେ। ଆଜି ପ୍ରଶାସନ ପକ୍ଷ ରୁ ଏହି  ରାସ୍ତା କଡ ଦୋକାନକୁ ଡୋଜର ଲଗାଇ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ବେଳେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe