ବେଆଇନ ଇଟା ଭାଟି ଯୋଗୁ ବିପଦରେ ପରିବେଶ, ନଦୀପଠାରୁ ମାଟି ଖୋଳି ତିଆରି ହଉଛି ଇଟା

Advertisment
ବେଆଇନ ଇଟା ଭାଟି ଯୋଗୁ ବିପଦରେ ପରିବେଶ, ନଦୀପଠାରୁ ମାଟି ଖୋଳି ତିଆରି ହଉଛି ଇଟା

Sambad

ସେମିଳିଗୁଡା/ସୁନାବେଡା: ପରିବେଶ ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟରେ ମାଟି ତିଆରି ଇଟାର ବ୍ୟବହାର ଉପରେ ୨୦୧୯ ମସିହାରୁ ସରକାରୀ ସ୍ତରରେ ପ୍ରତିବନ୍ଧକ ଲାଗୁ କରଯାଇଥିବା ଓ ମାଟି ଇଟା ତିଆରି ଭାଟିକୁ ବାରଣ  କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଏହି ନିୟମକୁ ଭ୍ରୁକ୍ଷେପ ନକରି ବେଧଡ଼କ ଇଟା ପୋଡା ଚାଲିଥିବା ଦେଖିବାକୁ ମିଳିଛି ସେମିଳିଗୁଡା କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ସହରର ମାନ୍ୟତା ପାଇଥିବା ବେଳେ ଦିନକୁ ଦିନ ଏହାର ପରିସୀମା ବୃଦ୍ଧି ପାଇବାରେ ଲାଗିଛି ତତ୍‌ସହିତ ଜନସଂଖ୍ୟାକୁ ତାଳ ଦେଇ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ବଢିବାକୁ ଲାଗିଛି ଫଳରେ ସେମିଳିଗୁଡାରେ ପ୍ରତିଦିନ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଇଟାର ଆବଶ୍ୟକତା ପଡୁଛି ଯାହାର ଫାଇଦା ନେଉଛନ୍ତି ବେଆଇନ ମାଟି ଇଟା ପ୍ରସ୍ତୁତକାରୀ। ସେମିଳିଗୁଡା ଓ ସୁନାବେଡା ପରିପାର୍ଶ୍ୱରେ ଏକାଧିକ ବେଆଇନ ମାଟି ଇଟା ଭାଟି ଚାଲୁଥିବା ବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଇଟା ପୋଡ଼ାଯାଇ ବିକ୍ରୟ କରାଯାଉଛି। ସେମିଳିଗୁଡାର ମାନିଆ, ଜାନିଗୁଡା, ସୁନାବେଡାର ମାଲିଗୁଡା, ବିଜୁକଲୋନୀ, ଦାମନଯୋଡି ଇଣ୍ଟେକ ରାସ୍ତା  ଆଦି ଅଞ୍ଚଳରେ ଏହି ଭାଟି ଗୁଡିକ ରହିଥିବା ବେଳେ ଶୁଖିଲା ନଦୀ ଶଯ୍ୟା ଓ ପଠାରୁ ମାଟି ଖୋଳାଯାଇ ଇଟା ତିଆରି କରାଯାଇ ଏହାକୁ ଚଷୁ ସାହାଯ୍ୟରେ ଭାଟିରେ ପୋଡିବା ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହେବା ସହ ବାୟୁ ପ୍ରଦୂଷଣ ହେଉଥିବା ବେଳେ ବେଆଇନ ଇଟା କାରବାର କରି ଭାଟି ମାଲିକ ମାଲାମାଲ ହେଉଥିବା ବେଳେ ରାଜସ୍ୱ ହରାଉଛନ୍ତି।

publive-image Sambad

ରାଜ୍ୟ ସରକାର ଦୀର୍ଘବର୍ଷ ଧରି ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଏହିଭଳି ବେଆଇନ ମାଟି ପୋଡା ଚାଲୁଥିବା ବେଳେ ଏଥିପ୍ରତି ପ୍ରଶାସନର ନଜର ନପଡ଼ିବା ପରିତାପର ବିଷୟ ହୋଇଛି। ପରିବେଶ ସୁରକ୍ଷା ପାଇଁ ମାଟି ଇଟା ତିଆରି ଓ ବ୍ୟବହାର ଉପରେ ସରକାର ଜାରି କରିଥିବା କଟକଣା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଥିବା ବେଳେ ଅଞ୍ଚଳରେ ଚାଲୁଥିବା ବେଆଇନ ମାଟି ଇଟା ଭାଟି ଗୁଡିକୁ ତୁରନ୍ତ ଚି଼ହ୍ନଟ କରି ସମ୍ପୃକ୍ତ ମାଲିକ ମାନଙ୍କୁ ନୋଟିସ ଜାରି କରିବା ପାଇଁ  ରାଜସ୍ୱ ନିରୀକ୍ଷକ ମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ସେମିଳିଗୁଡା ତହସିଲଦାର ଜ୍ୟୋତିରାଣୀ ରଥ, ସେମିଳିଗୁଡା ଅଞ୍ଚଳରେ ଥିବା ଇଟାଭାଟି ମାଲିକ ମାନଙ୍କୁ ନୋଟିସ ଜାରି କରାଯାଇ ବେଆଇନ ଇଟା ନିର୍ମାଣ ଓ ବିକ୍ରି ପାଇଁ ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି। ରାଜସ୍ୱ ନିରୀକ୍ଷକ ଅନୁପ କୁମାର ନାଗ ଅପରପକ୍ଷେ ସୁନାବେଡା ଅଞ୍ଚଳରେ ଚାଲୁଥିବା ଇଟାଭାଟି ମାଲିକଙ୍କୁ ନୋଟିସ ଦିଆଯାଇ ଜୋରିମାନା ଆଦାୟ କରାଯାଇଥିଲେ ମଧ୍ୟ ପୁଣିଥରେ ଇଟା ତିଆରି ଚାଲୁ ରହିଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସୁନାବେଡା ରାଜସ୍ୱ ନିରୀକ୍ଷକ ବି. ସନ୍ଧ୍ୟା କୁମାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe