‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା: ମାଲକାନଗିରିରେ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଭାଷାଜ୍ଞାନରେ ୪୯୦ ପିଲା

Advertisment

ରାଜ୍ୟପାଳଙ୍କ ରଚନା ପ୍ରତିଯୋଗିତାରେ ୮୫୩ ଜଣ ପିଲା ଭାଗ ନେଲେ

ରାଜ୍ୟପାଳଙ୍କ ରଚନା ପ୍ରତିଯୋଗିତାରେ ୮୫୩ ଜଣ ପିଲା ଭାଗ ନେଲେ

‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା: ମାଲକାନଗିରିରେ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଭାଷାଜ୍ଞାନରେ ୪୯୦ ପିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ‘ସମ୍ବାଦ-ଆମ ଓଡିଶା’ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସ୍ଥାନୀୟ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ସଦର ମହକୁମାର ସମେତ ନିକଟସ୍ଥ ସ୍କୁଲଗୁଡିକରୁ ଚିତ୍ରାଙ୍କନରେ ୨୦୦ ଛାତ୍ରଛାତ୍ରୀ, ସୁନ୍ଦର ହସ୍ତାକ୍ଷରରେ ୨୦୦ ଛାତ୍ରଛାତ୍ରୀ ଏବଂ ଭାଷାଜ୍ଞାନରେ ୯୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଆଜି ସକାଳ ୧୦ଟା ବେଳେ ପରୀକ୍ଷା ଆରମ୍ଭ ହୋଇଥିଲା।

publive-image

ସେହିପରି ରାଜ୍ୟପାଳଙ୍କ ରଚନା ପ୍ରତିଯୋଗିତାରେ ମୋଟ ୮୫୩ ଜଣ ଛାତ୍ରଛାତ୍ରୀ ଓଡିଆ ଏବଂ ଇଂରାଜୀ ରଚନାରେ ଭାଗ ନେଇଥିଲେ। ଓଡିଆରେ ମୋଟ ୫୦୨ ଜଣ ଭାଗ ନେଇଥିବା ବେଳେ ଇଂରାଜୀ ପରୀକ୍ଷାରେ ମୋଚ ୩୫୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଆଜିର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଦିପ୍ତୀ କନଭେଣ୍ଟ ସ୍କୁଲର ଅମ୍ରିତା ସରକାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦିପ୍ତି କନଭେଣ୍ଟ ସ୍କୁଲର ପ୍ରିୟଙ୍କା ପ୍ରତିକ୍ଷା ଗୁଡିଆ ଦ୍ବିତିୟ ଏବଂ ସରସ୍ବତୀ ଶିଶୁ ମନ୍ଦିରର ଲୁସ୍ମିତା ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଦିପ୍ତୀ କନଭେଣ୍ଟ ସ୍କୁଲର ମୋନାଲିସା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଗନ୍ନାଥପାଲ୍ଲୀ ହାଇସ୍କୁଲର ବୀଣା କାବାସୀ ଦ୍ବିତୀୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସେଫାଳି ବିଶ୍ବାସ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଭାଷାଜ୍ଞାନ ପରୀକ୍ଷାରେ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୁତପ୍ରଭା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଗନ୍ନାଥପାଲୀ ହାଇସ୍କୁଲର ଅଙ୍କିତା ସାହା ଦ୍ବିତୀୟ ଏବଂ ଜଗନ୍ନାଥପାଲ୍ଲୀ ହାଇସ୍କୁଲର ଓମ ପ୍ରସାଦ ସାମନ୍ତରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।

publive-image

ତେବେ ସୁନ୍ଦର ହସ୍ତାକ୍ଷର ଏବଂ ଚିତ୍ରାଙ୍କନରେ ପିଲାଙ୍କ ସଂଖ୍ୟା ବହୁତ ବଢିଯାଇଥିବାରୁ କିଛି ପିଲା ଏହିପରୀକ୍ଷାରୁ ବଂଚିତ ହୋଇଥିଲେ। ଏହି ପରୀକ୍ଷାକୁ ଶାନ୍ତି ଶୁଙ୍ଖଳାରେ ଆୟୋଜନ କରିବା ପାଇଁ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅବଦାନ ପ୍ରଶଂସନୀୟ ଥିଲା।ସେହିପରି ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟ ଘରର ସଭାପତି ଡ.ରଂଜନ କୁମାର ସ୍ବାଇଁ, ସଂପାଦକ ସୁକାନ୍ତ କୁମାର ସାହୁ, ଉପଦେଷ୍ଟା ରବୀନ୍ଦ୍ର ମହାରଣା, ଅଧ୍ୟାପକ ତପନ କୁମାର ବେହେରା, ପ୍ରମୋଦ କୁମାର ସେନାପତି, ଅଂଗୁରବାଳା ସ୍ବାଇଁ, ଶରତ ଚନ୍ଦ୍ର ଦାସ, ଦେବବ୍ରତ ସାନା, ପ୍ରକାଶ ପଟନାୟକ, ପ୍ରଶାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସାଦ ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe