ଶୀତଳଷଷ୍ଠୀର ୪ ଦିନ ପରେ ବି ହ୍ରାସ ପାଉନି ପାରଦ

ଶୀତଳଷଷ୍ଠୀର ୪ ଦିନ ପରେ ବି ହ୍ରାସ ପାଉନି ପାରଦ

Times of India

ସମ୍ବଲପୁର: ଦେବଦେବ ମହାଦେବ ଓ ଜଗତ୍‌ଜନନୀ ପାର୍ବତୀଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସରିଛି। ଶୀତଳଷଷ୍ଠୀ ସମୟରେ ଲୋକ ବିଶ୍ବାସ ଅନୁସାରେ ସାମାନ୍ୟ ବର୍ଷା ବି ହୋଇଥିଲା। ହେଲେ ତାହା ପାଣିପାଗରେ ପରିବର୍ତ୍ତନ ଆଣିପାରି ନାହିଁ। ଶୀତଳଷଷ୍ଠୀକୁ ୪ ଦିନ ବିତି ସାରିଥିଲେ ବି ତାତିରୁ ନିସ୍ତାର ମିଳି ନାହିଁ। ପ୍ରଚଣ୍ଡ ରୌଦ୍ରରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାବାସୀ ଏବେ ବି ଆଉଟୁପାଉଟୁ ହେଉଛନ୍ତି।

କିମ୍ବଦନ୍ତୀ ଅନୁଯାୟୀ ଶୀତଳଷଷ୍ଠୀ ଯାତ୍ରା ପରଠାରୁ ତାପମାତ୍ରା ହ୍ରାସ ପାଏ ଓ ଧରା ଶୀତଳ ହୁଏ। କିନ୍ତୁ ଏଥର ଏହି ଧାରାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରର ପାରଦ ଏବେ ବି ଯଥେଷ୍ଟ ଉପରେ ରହିଛି। ମଙ୍ଗଳବାର ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ଏହାର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ କରା ଯାଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗ୍ରୀଷ୍ମପ୍ରବାହ ଆହୁରି କିଛି ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe