୬୫ ବର୍ଷ ପରେ ବି ବାବୁଙ୍କ ଚାକିରି ଜାରି

୬୫ ବର୍ଷ ପରେ ବି ବାବୁଙ୍କ ଚାକିରି ଜାରି

Pixabay

ସମ୍ବଲପୁର: ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଚାକିରି ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି। ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ଅନେକ ସରକାରୀ ଚାକିରି ଖଣ୍ଡେ ପାଇ ପାରୁ ନାହାନ୍ତି। ବେକାରୀ ସମସ୍ୟା କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ସବୁଠୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। କିନ୍ତୁ ସମ୍ବଲପୁରରେ ଜଣେ କରିତକର୍ମା କିରାଣିଙ୍କୁ ୬୫ ବର୍ଷ ହେବାପରେ ମଧ୍ୟ ଚାକିରିରେ ରଖିଛନ୍ତି। ରାଜସ୍ବରୁ ମୋଟା ଅଙ୍କର ଦରମା ବି ନେଉଛନ୍ତି। ଭୂ-ଅର୍ଜନ ବିଭାଗରେ କାର୍ଯ୍ୟରତ କିରାଣି ବାବୁଙ୍କ ବୟସ ୬୫ ପୂରି ୬୬ ଚାଲିଛି। କିନ୍ତୁ ବାବୁଙ୍କ କାୟା ଏତେ ବିସ୍ତାର ଯେ, ତାଙ୍କ ଚାକିରି ସରିବା ବଦଳରେ ବଢ଼ିବଢ଼ି ଚାଲିଛି। ବାବୁ ଜଣକ ୧୯୫୭ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୩ ମସିହାରେ ଚାକିରି ଆରମ୍ଭ କରିଥିଲେ। ୬୦ ବର୍ଷ ପରେ ଅବସର କଥା ସମସ୍ତେ ଜାଣନ୍ତି।

କିନ୍ତୁ ବାବୁଙ୍କୁ ୬୦ ବର୍ଷରେ ଅବସର ନେବାପରେ ପୁନଃ ନିଯୁକ୍ତି ଦିଆଗଲା। ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ୬୫ ବର୍ଷ ଯାଏ ଚାକିରି ବର୍ଦ୍ଧିତ କରାଯାଇ ପାରିବ। କିନ୍ତୁ କିରାଣି ଜଣକ ଯେଉଁ ଅଧିକାରୀଙ୍କ ଛତ୍ରଛାୟାରେ ରହିଛନ୍ତି, ସେ ବାବୁ ଜଣକ ବର୍ଦ୍ଧିତ ନିୟମ ବି ମାନିଲେ ନାହିଁ। ୨ ମାସ ହେଲେ କିରାଣି ବାବୁଙ୍କୁ ୬୬ ଛୁଇଁବ, ହେଲେ ସେ ଏବେ ବି କାର୍ଯ୍ୟରତ ଅଛନ୍ତି। ଏ ନେଇ ଏକ ଚିଠି ମଧ୍ୟ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ବିଶ୍ବସ୍ତସୂତ୍ରରୁ ଜଣାପଡିଛି। ଉକ୍ତ ଚିଠିରେ ଉକ୍ତ କରିତକର୍ମା କିରାଣିଙ୍କ ବିଷୟ ଉଲ୍ଲେଖ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe