ବିରଜା ମନ୍ଦିର ସମ୍ମୁଖରୁ ଉଚ୍ଛେଦ

Advertisment
ବିରଜା ମନ୍ଦିର ସମ୍ମୁଖରୁ ଉଚ୍ଛେଦ

ଯାଜପୁରଟାଉନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ବେଢ଼ା ସୌନ୍ଦର୍ଯ୍ୟୀକରଣ ଓ ମନ୍ଦିର ବାହାର ବିକାଶ କାର୍ଯ୍ୟ ପାଇଁ ଉଚ୍ଛେଦ ଆରମ୍ଭ ହୋଇଛି। ମନ୍ଦିର ପରିସର ଭିତର କାର୍ଯ୍ୟ ଚାଲିଥିବାବେଳେ ଏବେ ମନ୍ଦିର ବାହାର କାର୍ଯ୍ୟ ଆରମ୍ଭ କରାଯିବ। ଏଣୁ ଉକ୍ତ ସ୍ଥାନରେ ଥିବା ଦୋକାନ ଓ ଘରଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଏଥିପାଇଁ ପୂର୍ବରୁ ସରକାରଙ୍କ ପକ୍ଷରୁ ନୋଟିସ ହୋଇଥିଲା। ପ୍ରଥମେ ମନ୍ଦିରର ପୂର୍ବ ଓ ପଶ୍ଚିମ ପାଖ ଉଚ୍ଛେଦ କରାଯାଇଥିଲା। ଗତକାଲି ପୂର୍ବପାଖ ଉଚ୍ଛେଦ କରାଯାଇଛି।

ଏଥିପାଇଁ ଗତକାଲି ପୂର୍ବାହ୍ନରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଜମି ଅଧିଗ୍ରହଣ ଅଧିକାରୀ ସୂର୍ଯ୍ୟକାନ୍ତ ନାୟକ, ଟାଉନ ଥାନା ଅଧିକାରୀ ବିଲ୍ୱ ମଙ୍ଗଳ ସେଠୀ ଓ ଟାଉନ ଥାନାର ଅନ୍ୟ ଅଧିକାରୀ ଓ ୨ ପ୍ଲାଟୁନ୍ ଫୋର୍ସ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ କରିଥିଲେ। ପ୍ରଥମେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ମଧ୍ୟକୁ ପୁଲିସ୍ ତନଖି କରିବା ପରେ ୨ଟି ଜେସିବି ମେସିନ ଦ୍ୱାରା ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅଧିକାରୀମାନଙ୍କ ସହିତ ଘର ମାଲିକମାନେ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଗତକାଲି ୮ ଗୋଟି କୋଠା ଘର ଭଙ୍ଗା ଯାଇଥିଲା। ଆଜି ଗୋଟିଏ ଘରର କିଛି ଅଂଶ ଭଙ୍ଗା ଯାଇଛି। ଆସନ୍ତାକାଲି ମଧ୍ୟ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe