ପାରାବେଡ଼ାରୁ ଜବରଦଖଲ ଉଛେଦ

Advertisment
ପାରାବେଡ଼ାରୁ ଜବରଦଖଲ ଉଛେଦ

Sambad

ଜୟପୁର: ଆସନ୍ତାକାଲି ରାଜ୍ୟପାଳ ପ୍ରପେସର ଗଣେଶୀଲାଲଙ୍କ ଜୟପୁର ଗସ୍ତ ରହିଛି। ସେ ଜୟପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦନଗର, ପାରାବେଢ଼ା ବିଦ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ପୌରପ୍ରଶାସନ ପକ୍ଷରୁ ପାରାବେଢ଼ା ଛକରୁ ମା’ ଝାଙ୍କରଦେଇ ମନ୍ଦିର ପର୍ଯ୍ୟନ୍ତ ଜବରଦଖଲର ଉଚ୍ଛେଦ କରିଥିଲେ। ଏଥିରେ ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଜବରଦଖଲକାରୀଙ୍କୁ ରାସ୍ତା ଉପରୁ ଉଠାଇଥିଲେ। ପ୍ରକାଶଯୋଗ୍ୟ, ଆସନ୍ତାକାଲି ‘ସମ୍ବାଦ’ର ସ୍ବାନକ୍ଷତ୍ର ଦିବସ ଅବସରରେ ‘ସମ୍ବାଦ ଓ ଆମ ଓଡିଶା’’ ପକ୍ଷରୁ ବାର୍ଷିକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ସହ ଜୟପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦନଗରରେ ଅନୁଷ୍ଠିତ ହେବ।

publive-image Sambad

ଏହା ବ୍ୟାଥିତ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶାର ରାଜ୍ୟପାଳ ପ୍ରପେସର ଗଣେଶୀଲାଲଙ୍କ ପରାମର୍ଶକ୍ରମେ ରାଜ୍ୟସରକାରଙ୍କ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ମଧ୍ୟରେ ଓଡିଆ ଓ ଇଂରାଜୀରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କେନ୍ଦ୍ରରେ ‌ରାଜ୍ୟପାଳ ଯୋଗ ଦେଇ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe