ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ; ଜବରଦସ୍ତ ମାଡି ବସିଥିଲେ ପୌର ପରିଷଦର ୧୦ ଏକର ସରକାରୀ ଜମିକୁ

Advertisment
ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ; ଜବରଦସ୍ତ ମାଡି ବସିଥିଲେ ପୌର ପରିଷଦର ୧୦ ଏକର ସରକାରୀ ଜମିକୁ

Sambad

ମାଲକାନଗିରି: ମାଲକାନଗିରି ପୌର ପରିଷଦ ଅଧିନରେ ରହିଥିବା ଗୁଣ୍ଡୁରିଗୁଡା ବସ୍ତିର ତଳିଆ ଅଞ୍ଚଳରେ ରହିଥିବା ୧୦ ଏକର ସରକାରୀ ଜମିକୁ କିଛି ଲୋକ ଜବରଦସ୍ତ ମାଡି ବଡି ସେଠାରେ ପକ୍କା ଗୃହ ନିର୍ମାଣ କରିଥିଲେ। ଏନେଇ ପୌର ପରିଷଦ ଏବଂ ମାଲକାନଗିରି ତହସିଲ ପକ୍ଷରୁ ବାରମ୍ବାର ସେମାନଙ୍କୁ ଗୃହ ନିର୍ମାଣ ବନ୍ଦ କରିବା ସହ ସେହି ଅଞ୍ଚଳରୁ ହଟିବା ପାଇଁ ତାଗିଦ କରାଯିବା ସହ ନୋଟିସ ମଧ୍ୟ ଜାରି କରାଯାଇଥିଲା। ତେବେ କିଛି ଅସାଧୁ ବ୍ୟକ୍ତିଙ୍କ ପ୍ରୋରଚନରେ ପଡି ଏହି ଲୋକମାନେ ସେଠାରେ ଜବରଦସ୍ତ ଗୃହ ନିର୍ମାଣ କରି ରହିଥିଲେ। ଗତକାଲି ପୌର ପରିଷଦ ତରଫରୁ ତୁରନ୍ତ ଘର ଖାଲି କରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଘର ଖାଲି ନକଲେ ଘର ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଲୋକମାନେ ପୌର ପରିଷଦର କୌଣସି ଧମକକୁ ନମାନି ସେଠାରେ ଲୋକେ ରହୁଥିବାରୁ ଆଜି ସକାଳୁ ପୁଲିସର ସହାୟତାରେ ତହସିଲଦାର ଚନ୍ଦନ କୁମାର ଭୋଟି, ପୌର ପରିଷଦର ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଆଇଆଇସି ରିଗାନ କିଣ୍ଡୋ, ରାଜସ୍ବ ନିରୀକ୍ଷକ ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଜି ଜବର ଦଖଲକୁ ଉଚ୍ଛେଦ କରିଥିଲେ।

publive-image Sambad

ଏଠାରେ ସୂଚନା ଥାଉକି, ରାଜ୍ୟ ସରକାର ରାଜ୍ୟକୁ ଦଲାଲମୁକ୍ତ କରିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ସବୁ ବିଭାଗରେ ଜଣେ ଜଣେ ଦଲାଲ ରହି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ଆଲୋଚନା ଜୋର ଧରିଥିଲେ।ଲୋକମାନଙ୍କ ଠାରୁ ଦଲାଲମାନେ ସରକାରୀ ବାବୁ ଏବଂ ଜବରଦଖଲ ଘର କରି ରହିଥିବା ଲୋକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କରି ଏଭଳି ସରକାରୀ ଜମିକୁ ହାତଉଛନ୍ତି। ପୌର ପରିଷଦରେ ଏଭଳି ବହୁ ଦଲାଲ ତହସିଲ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ମିଶି ସରକାରୀ ଜମିକୁ ବିକ୍ରି କରି ଏବେ ସାଧୁ ବନିଛନ୍ତି। ଯାହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଗୁଣ୍ଡରିଗୁଡା ଠାରେ ପ୍ରାୟ ୧୦ ଏକର ଜାଗାରେ ପୌର ପରିଷଦ ତରଫରୁ ଏକ ପାର୍କ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି ଜାଗାକୁ କେହି ଦଲାଲ ବିକ୍ରି କରିଥିବା ସୂଚନା ମିଳିଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ପ୍ରାୟ ୭ ଜଣ ଲୋକ ପକ୍କା ଗୃହ ନିର୍ମାଣ କରି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe