ହରଭଙ୍ଗା ତହସିଲ୍‌ ପକ୍ଷରୁ ଉଚ୍ଛେଦ ଆରମ୍ଭ

Advertisment
ହରଭଙ୍ଗା ତହସିଲ୍‌ ପକ୍ଷରୁ ଉଚ୍ଛେଦ ଆରମ୍ଭ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟର ହରଭଙ୍ଗା ଥାନା ଛକ ଓ ପ୍ରାଥମିକ ସ୍କୁଲ୍‌ ପରିସରକୁ ବହୁ ଦିନ ହେବ କେତେକ ଜବରଦଖଲକାରୀ ସେମାନଙ୍କ କବ୍‌ଜାରେ ରଖିଛନ୍ତି। ସ୍କୁଲ୍‌ ଓ ଥାନା ସମ୍ମୁଖରେ ବେଆଇନ ଭାବେ ଦଖଲ କରିଥିବା ୬ ଜଣ ଦୋକାନୀଙ୍କୁ ତୁରନ୍ତ ଜାଗା ଛାଡ଼ିବା ପାଇଁ ତହସିଲ ପକ୍ଷରୁ ନିର୍ଦ୍ଦେର୍ଶ ଦିଆଯାଇଛି।

ଏହା ସହ ଚାରିଛକ ବଜାରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାରିଛକ-ଫୁଲବାଣୀ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଥିବା ଉଠା ଦୋକାନୀଙ୍କୁ ଉଠାଯିବା ସହିତ ଜବରଦଖଲକାରୀଙ୍କ ଘର ଭଙ୍ଗା ହୋଇଛି। ତହସିଲଦାର ଶିବାନୀ ଦାଶ, ଅତିରିକ୍ତ ତହସିଲଦାର ବିଶ୍ବଜିତ ପ୍ରଧାନ ଏବଂ ପୁଲିସ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe