ବ୍ରହ୍ମପୁର: ଟାଟା ମୋଟର୍ସରେ ନିଯୁକ୍ତି ଦେବା ନାମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିସ୍ଥାପିତ ଯୁବକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ। ଏ ନେଇ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜର ଭାବି ଜ୍ବାଇଁ ପୁଅ ଆକାଶ ପାଠକଙ୍କୁ ସହଯୋଗ କରି କୋଟିକୋଟି ଟଙ୍କା ଆଦାୟ କରିଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗ କରି କହିଛନ୍ତି କି, ଏଥିରେ ବିଧାୟକଙ୍କ ଭାଇ ଦୀଲିପ ପାଣିଗ୍ରାହୀ, ସୂର୍ଯ୍ୟ ସାହୁ ପ୍ରମୁଖ ସହଯୋଗ କରିଛନ୍ତି। ଯୁବକମାନଙ୍କୁ ବାର୍ଷିକ ୬ଲକ୍ଷ ଟଙ୍କାର ମୋଟା ଦରମାର ଲୋଭ ଦେଖାଇ ମୋଟ ୬୮ଜଣଙ୍କୁ ଜାଲ ନିଯୁକ୍ତ ପତ୍ର ଦେଇଛନ୍ତି। ଏଥିସହ ଅଞ୍ଚଳରେ ମୋରମ ଚାଲାଣ, ବାଲି ଚାଲାଣରେ ମଧ୍ୟ ସଂପୃକ୍ତ ହୋଇ ବିଧାୟକ କୋଟିକୋଟି ଟଙ୍କା ଆଦାୟ କରିଛନ୍ତି।
ବର୍ତ୍ତମାନ ଦଳ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବହିଷ୍କାର ହେବା ପରେ ତଦନ୍ତକୁ ବାଟ ଖୋଲିବା ପାଇଁ ବାଟ ଫିଟିଛି। ଲୋକଲୋଚନକୁ ଦୁର୍ନୀତିକୁ ଆଣିଥିବା ଲୋକମାନଙ୍କୁ ବିଧାୟକ ଓ ତାଙ୍କ ନିଜର ଲୋକମାନେ ଧମକ ଚମକ ଦେଉଛନ୍ତି। ଏହାକୁ ଦେଖି ଗୋପାଳପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ତଦନ୍ତ କରି ବହୁ ଦୁର୍ନୀତିରେ ଜଡ଼ିତ ଥିବା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ କରି ଠକାମୀର ଶିକାର ହୋଇଥିବା ଗରିବ ଯୁବକମାନଙ୍କ ଟଙ୍କା ଫେରସ୍ତ କରାଯାଉ ବୋଲି ଦାବି କରି ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଅଭିଯୋଗପତ୍ର ପଠାଇଛନ୍ତି।
Follow Us