ଛତିଶଗଡ଼ର ରାୟଗଡ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଛତିଶଗଡ଼ର ରାୟଗଡ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡା: ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ହୋଇ ପଡୋଶୀ ଛତିଶଗଡ଼ର ରାୟଗଡ ଜେଲରେ ଥିବା ଜିଲ୍ଲା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇପଡିଥବା ଜଣାଯାଇଛି। ତାଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ପ୍ରକାଶ ଯେ ଆଜି ଅପରାହ୍ନରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଅବସ୍ଥା ଜଟିଳ ଥିବାରୁ ପରେ ରାୟଗଡ ସ୍ଥିତ ଇସ୍କର୍ଟ ଫର୍ଟିଜ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଷ୍ଟ୍ରୋକ ହୋଇଥିବା କୁହାଯାଅଛି। ଏବେ ସେ ଆଇସିୟୁରେ ଥିବା ଜଣାଯାଇଛି। ୨୦୧୪ରୁ ସେ ହୃଦରୋଗରେ ପୀଡିତ ଥିବା ବେଳେ ଏକ ଘରୋଇ ହସ୍ପିଟାଲ ଅଧୀନରେ ଚିକିତ୍ସା କରାଇ ଔଷଧ ସେବନ କରୁଥିବା ପରିବାର ସୂତ୍ରରୁ ପ୍ରକାଶ।

publive-image

ଆସନ୍ତାକାଲି ଜରୁରୀ ଅସ୍ତ୍ରୋପଚାର କରାଯାଇପରେ ବୋଲି କୁହାଯାଉଛି। ଗତ ଫେବ୍ରୁଆରି ୧୨ ତାରିଖରେ ରାୟଗଡ ପୁଲିସ ତାଙ୍କୁ ଗିରଫ କରିଥିଲା। କଳ୍ପନା ଦାସ ଓ ତାଙ୍କ ଛୋଟ ଝିଅ ବବଲି ହତ୍ୟାକାଣ୍ଡ ଘଟଣାର ଅଢ଼େଇ ବର୍ଷ ପରେ ପୁଲିସ ଅନୁପ ସାଏଙ୍କୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ଗିରଫ କରିଥିଲା। ଏହି ମାମଲାରେ ଅନୁପଙ୍କ ଡ୍ରାଇଭର ମଧ୍ୟ ରାୟଗଡ ଜେରରେ ଅଛନ୍ତି। କୋଭିଡ ପରୀକ୍ଷା ପରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe