ଭଦ୍ରକ: ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଛି। ପୋଖରୀ ଆଡିରୁ ଫେଭର ଟାଇଲ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି ଶ୍ରୀ ତ୍ରିପାଠୀ। ଏହି ଘଟଣା ଆଜି ଚର୍ଚ୍ଚାର କେନ୍ଦ୍ର ପାଲଟିଛି।
ପ୍ରକାଶ ଥାଉ କି, ଗାଁ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ସରକାରୀ ଅର୍ଥ ବ୍ୟୟରେ ଫେଭର ବ୍ଲକ ପଡିଥିଲା । କିନ୍ତୁ କିଛି ଦିନ ପରେ ଏହି ଫେବର୍ ବ୍ଲକ ଚୋରି ହୋଇଥିଲା। ଖୋଳତାଡ଼ ବେଳେ ଜଣାପଡ଼ିଲା ଯେ ପୂର୍ବତନ ସରପଞ୍ଚଙ୍କ ନିର୍ଦ୍ଦେଶରେ ଚୋରି ହୋଇଥିଲା। ୨୦୨୦ ଓ ୨୧ ମସିହାରେ ବାରଭାଗ ଶାସନ ଗାଁ ପୋଖରୀର ସୌନ୍ଦର୍ଯ୍ୟକରଣ କାମ ହୋଇଥିଲା। ସମୁଦାୟ ୧୨ ଶହ ବର୍ଗଫୁଟରେ ଫେଭର ପଡିଥିବା ବେଳେ ୮୯୬ଫୁଟର ଫେଭର ଚୋରି ହୋଇଥିଲା। ମାତ୍ର କିଛି ଦିନ ପରେ ୭ ଲକ୍ଷ ଟଙ୍କାର ଫେଭର ବ୍ଲକ ଚୋରି ହୋଇଥିବା ସୂଚନା ମିଳିଛି। ଟ୍ରାକ୍ଟର ଯୋଗେ ଫେଭର ବ୍ଲକ ଚୋରି ହୋଇଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା।
Follow Us