ନାସାର ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ବିୟୋଗ

ନାସାର ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ବିୟୋଗ

Sambad

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ମାଟିର ସୁଯୋଗ୍ୟ ସନ୍ତାନ ତଥା ଆମେରିକାର ଅବସରପ୍ରାପ୍ତ ନାସାର ବୈଜ୍ଞାନିକ ବସନ୍ତ କୁମାର ପରିଡ଼ାଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ୮୧ ବର୍ଷ ହେଇଥିଲା। ବରିଷ୍ଟ ବିଜେଡି ନେତା ଜୟଦେବ କୁମାର ପରିଡ଼ା ଓ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ାଙ୍କ ବଡ଼ ଭାଇ ଅଟନ୍ତି। ସ୍ବର୍ଗତ ପରିଡ଼ା ଉମରକୋରେ ପିଲାବେଳୁ ରହିବା ସହ ଜଣେ ମେଧାବୀ ଛାତ୍ର ଭାବେ ଖ୍ୟାତି ଥିଲା। ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ଛାତ୍ର ଥିଲେ। ସେଠାରୁ ଖଡଗପୁର ଆଇଆଇଟିରେ ପାଠ ପଢିବା ପରେ ଖଡଗପୁର, କାନପୁର, ଓ ବାଙ୍ଗାଲୋର ଠାରେ ଥିବା ଆଇଆଇଟିରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିଲେ। ୧୯୭୪ ମସିହାରେରେ ସେ ଭାରତରୁ ଆମେରିକା ଚାଲି ଯାଇଥିଲେ ଓ ସେଠାରେ ନାସାରେ ମହାକାଶ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ।

ସେ ସେଠାରେ ସ୍ଥାୟୀ ବାସିନ୍ଦା ହେଇଯାଇଥିଲା। କାଲି ରାତି ୨ଟା ସମୟରେ ଆମେରିକା ଯିବା ପାଇଁ ବାଙ୍ଗାଲୋର ବିମାନ ବନ୍ଦରରେ ଥିଲେ। ହଠାତ୍ ଶ୍ରୀ ପରିଡାଙ୍କର ଛାତିରେ ଯନ୍ତ୍ରଣା ଆମର୍ଭ ହୋଇଥିଲା। ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲ। ସ୍ବର୍ଗତ ପରିଡାଙ୍କର ଦୁଇ ଝିଅ ଆମେରିକାରେ ରୁହନ୍ତି ସେମାନେ ଆମେରିକାରୁ ବାଙ୍ଗାଲୋରରେ ପହଞ୍ଚିବା ପରେ ଆସନ୍ତାକାଲି ବାଙ୍ଗାଲୋର ଠାରେ ଶେଷକୃତ୍ୟ ସମ୍ପନ୍ନ ହେବ। ଖବର ପାଇ କୋରାପୁଟର ପୁର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ବାଙ୍ଗାଲୋରରେ ପହଞ୍ଚିଛନ୍ତି। ସମଗ୍ର ଉମରକୋଟ ସହରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe