ଅବକାରୀ ଚଢ଼ାଉ: ୭ଟି ମାମଲାରେ ୯୦ଲିଟର ଦେଶୀ ମଦ ଜବତ ଓ ୭ ଗିରଫ

ଅବକାରୀ ଚଢ଼ାଉ: ୭ଟି ମାମଲାରେ ୯୦ଲିଟର ଦେଶୀ ମଦ ଜବତ ଓ ୭ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଓ ଜଟଣୀ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବିଭିନ୍ନ ସ୍ଥାନରୁ ୭ଟି ମାମଲାରେ ୯୦ ଲିଟର ଦେଶୀ ମଦ ଓ ପୋଚ ସହ ୭ଜଣଙ୍କୁ ଗିରଫ କରାଯାଇଛି । ଗୁଡ଼ୁମୁରୁ ରାକେଶ ସାମନ୍ତସିଂହାର (୧୯)ଙ୍କ ନିକଟରୁ ୪ଲିଟର ଦେଶୀ ମଦ, ଗୁରୁଜଙ୍ଗ ବିଭୂତିଭୂଷଣ ପାଟ୍ଟଷାଣୀ (୩୨)ଙ୍କ ଠାରୁ ୫୦ଲିଟର ପୋଚମଦ ଓ ଏକ ସ୍କୁଟି, ବେଗୁନିଆ ରୁଆଲି ସାହୁ (୧୯)ଙ୍କ ଠାରୁ ୯ଲିଟର ପୋଚମଦ, ପାଇକ ତିଗିରିଆର ଉମାକାନ୍ତ ରାଉତ (୩୦)ଙ୍କ ଠାରୁ ୮ଲିଟର ପୋଚମଦ, ବାଘେଇଟାଙ୍ଗୀର ଗୋପାଳ ନାୟକ (୩୫)ଙ୍କ ଠାରୁ ୯ଲିଟର ଦେଶୀ ମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଏସ୍ଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି ।

ସେହିଭଳି ଜଟଣୀ ଅବକାରୀ ବିଭାଗ ପକ୍ଷରୁ ଜଟଣୀ ତିରୁମଲରୁ ସଂଜୟ ରାଉତରାୟ (୩୯) ଓ କୌଶଲ୍ୟା ପ୍ରଧାନ (୬୦)ଙ୍କୁ ଗିରଫ କରାଯାଇ ଜଟଣୀ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି । ଏହି ମିଳିତ ଚଢ଼ଉରେ ଅବକାରୀ ଇନସପେକ୍ଟର ସମରଜିତ ଦାଶ, ଏସ୍ଆଇ ବି ମନୋଜ କୁମାର, ଏଏସ୍ଆଇ ଏକେ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe