ଗଞ୍ଜାମ ଜିଲ୍ଲାର ୩ ଉପଖଣ୍ଡରେ ହେବ ପ୍ରଦର୍ଶନୀ

ଗଞ୍ଜାମର ୩ ଲକ୍ଷ ୮୦ ହଜାର ୭୯୭ ଭୂମିହୀନ ଚାଷୀ ପରିବାରଙ୍କୁ ମିଳିବ ସ୍ବତନ୍ତ୍ର କୋଭିଡ୍ ସହୟତା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓରମାସ୍‌‌, ପଞ୍ଚାୟତିରାଜ୍‌ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାର ୩ ଟି ଉପଖଣ୍ଡ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ହସ୍ତଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ସହିତ ବିକ୍ରିର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୦ ତାରିଖ ଠାରୁ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆ ଏକ ପ୍ରଦର୍ଶନୀ ହେବ। ସେହିପରି ଆସନ୍ତା ୨୩ ତାରିଖ ଠାରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଖେଳ ପଡିଆ ଠାରେ ଏବଂ ନଭେମ୍ବର ମାସ ୨୬ ତାରିଖ ଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗରସ୍ଥିତ ପୁଲିସ୍‌ ପଡିଆଠାରେ ଏହି ମିନି ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରି କରାଯିବ । ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହସ୍ତଶିଳ୍ପ ସାମଗ୍ରୀ, ମାଟିର ଘର କରଣା ଓ ଘର ସାଜସଜ୍ଜା ସାମଗ୍ରୀ ପ୍ରଦର୍ଶିତ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe