ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ

Advertisment

ଜଣେ ଗିରଫ, ୨ ଫେରାର

ଜଣେ ଗିରଫ, ୨ ଫେରାର

ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ

Sambad

ଭଦ୍ରକ: ଭଦ୍ରକର ପୁରୁଣାବଜାର ଅଞ୍ଚଳ ହେଉଛି ନକଲି ଜର୍ଦ୍ଦା ତିଆରି କାରଖାନାର ପେଣ୍ଠସ୍ଥଳ। ଏହି ଅଞ୍ଚଳରେ ବାରମ୍ବାର ପୁଲିସ ଚଢଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରୁଥିଲେ ମଧ୍ୟ ପୁଣି ଏଇ ଚୋରା କାରବାର ଚାଲିଛି। ପୁଲିସ ଆଖିରେ ଧୂଳି ଦେଇ ଲକ୍ଷ ଲକ୍ଷ ଟଙ୍କାର ଏଇ ନକଲି ଜର୍ଦ୍ଦା ତିଆରି କରାଯାଉଥିଲେ ମଧ୍ୟ ପୁଲିସ କେବଳ ଧର୍ମକୁ ଆଖିଠାରୁ ମାରିବା ନ୍ୟାୟରେ ୫ ରୁ ୭ ମାସ ବ୍ୟବଧାନରେ ଚଢଉ କରି କିଛି ପରିମାଣରେ ନକଲି ଜର୍ଦ୍ଦା ଜବତ କରିବା ସହ ଜଣେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ବାହା ବାହା ନେଉଛି। ବାସ୍ତବରେ ପୁରୁଣାବଜାର ପୁଲିସ ଏହି ନକଲି ଜର୍ଦ୍ଦା ତିଆରି କରିବା କାର୍ଯ୍ୟରେ ରୋକ୍ ଲଗାଇ ପାରୁ ନାହିଁ। ଏଥିପାଇଁ ମଧ୍ୟ ପୁଲିସର ସେଭଳି ଆନ୍ତ୍ରରିକତା ଥିବା ପରି ଲାଗୁ ନାହିଁ। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୧ ହେଲାସାହି ଅଞ୍ଚଳରେ ଦୁଇଟି ସ୍ଥାନରେ ଚଢଉ କରି ପୁଲିସ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ୍ କରିଛି। ଏହି କାରଖାନାରେ ଚଢଉ ବେଳେ ବିପୁଳ ପରିମାଣାର ନକଲି ଜର୍ଦ୍ଦା ଜବତ କରାଯାଇଥିବା ବେଳେ ନକଲି ଜର୍ଦ୍ଦା ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଜବତ କରାଯାଇଛି।

publive-image Sambad

ବିଭିନ୍ନ ସାମଗ୍ରୀ ସହ ବହୁ ପରିମାଣରେ ରାସାୟନିକ ତରଳ ପଦାର୍ଥ ଜବତ କରାଯାଇଛି। ନାମୀ ଦାମୀ ବ୍ରାଣ୍ଡର ଜର୍ଦ୍ଦା କମ୍ପାନିର ଲେବୁଲ ଓ ଡବା ସବୁ ପୁଲିସ ଜବତ କରାଯାଇଛି। ଏଇ ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି। ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୫ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଥିବା ବେଳେ ଏଇ ନକଲି ଜର୍ଦ୍ଦାର ପରିମାଣ ୧.୪ କୁଇଣ୍ଟାଲ ହେବ। ସେହିପରି ୮.୫ ଲିଟର ରାସାୟନିକ ଲିକ୍ୟୁଡ୍, ଜର୍ଦ୍ଦା ପ୍ରସ୍ତୁତିରେ ବ୍ୟବହୃତ ପାଉଡର, ଜିଙ୍କ୍ ଜବତ କରାଯାଉଛି। ଏଇ ଘଟଣାରେ ହେଲାସାହିର ସେକ୍ ଆଲିଆଜ୍‌କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ବୋଲି ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ବିଦେବୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ଏଇ ଗୋଟିଏ କି ଦୁଇଟି ସ୍ଥାନରେ ଚଢଉ କରି ଦେଲେ ଭଦ୍ରକ ଜିଲ୍ଲାରୁ ନକଲି ଜର୍ଦ୍ଦା ତିଆରି ବନ୍ଦ ହେବ ନାହିଁ। ପୁରୁଣାବଜାର ପୁଲିସ ପକ୍ଷରୁ ଏ ଦିଗରେ ଲଗାତର ଚଢଉ ହେବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe