ନକଲି ଅଟା କାରଖାନା ଉପରେ ଚଢ଼ାଉ, ବିପୁଳ ଅଟା ଜବତ

ନକଲି ଅଟା କାରଖାନା ଉପରେ ଚଢ଼ାଉ, ବିପୁଳ ଅଟା ଜବତ

ଯାଜପୁର: ଯାଜପୁର ଟାଉନ ପୁଲିସ ପକ୍ଷରୁ ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ଅପମଶ୍ରିତ ଅଟା ଜବତ କରାଯାଇଛି।

ସୂଚନା ଅନୁସାରେ, ଯାଜପୁର ସହର ଦେବୀ ଦ୍ଵାର ଅଞ୍ଚଳର କେଶବ ଚନ୍ଦ୍ର ପାଣିଙ୍କର ଏକ ଅଟାକଳ ରହିଥିଲା। ସେଠାରେ ସେ ଘରୋଇ ଲୋକଙ୍କ ଗହମ ପେସାଇ ଅଟା ପ୍ରସ୍ତୁତ କରି ଆସୁଥିଲେ। ତେବେ କିଛି ମାସ ହେବ ‘ପରିବାର’ ଅଟା କମ୍ପାନି ନାମରେ ନକଲି ଅଟା ପ୍ୟାକେଟ କରି ବଜାରକୁ ଛାଡୁଥିବାର ପୁଲିସରେ ଅଭିଯୋଗ ହୋଇଥିଲା।

publive-image

ତେବେ ଆଜି ପୁଲିସ ତାଙ୍କ ଅଟା କଳ ଉପରେ ଅତର୍କିତ ଚଢ଼ାଉ କରି ‘‘ପରିବାର’‘ କମ୍ପାନି ପ୍ୟାକେଟରେ ୧ କେଜି ବିଶିଷ୍ଟ ୫୦ ପ୍ୟାକେଟ , ୨୨୦ ପିସ ଖୋଲା ପ୍ୟାକେଟ, ଅର୍ଶୀବାଦ କମ୍ପାନି ନାଁରେ ୨୮୦ ପ୍ୟାକେଟର ୧କେଜିଆ ନକଲି ଅଟା, ୬୫ ପ୍ୟାକେଟ ୫ କେଜିଆ ପ୍ୟାକେଟ ଅଟା ସହ ପ୍ୟାକେଟ କରୁଥିବା ମେସିନ ଜବତ କରାଯାଇଛି।

ପୁଲିସ ମାଲିକ କେଶବ ଚନ୍ଦ୍ର ପାଣିଙ୍କୁ ଅଟକ ରଖିଛି। ଏହି ଚଢ଼ାଉରେ ଥାନାଧିକାରୀ ଆଶିଷ କୁମାର ସାହୁ, କର୍ମଚାରୀ କଳ୍ପତରୁ ସାହୁ, ‘ପରିବାର’ ଅଟା କମ୍ପାନିର ଡିଟେକଟିଭ୍‌ ସ୍ୱାର୍ଡ ଶଙ୍କର କୁମାର ଦାସ ଓ ରାଜେଶ ଭାରତୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe