ନକଲି ବିଇଡି ସାର୍ଟିଫିକେଟ: ଜଣେ ଶିକ୍ଷକ ବହିଷ୍କୃତ, ୩ ଶିକ୍ଷୟିତ୍ରୀ ନିଲମ୍ବିତ

ନକଲି ବିଇଡି ସାର୍ଟିଫିକେଟ: ଜଣେ ଶିକ୍ଷକ ବହିଷ୍କୃତ, ୩ ଶିକ୍ଷୟିତ୍ରୀ ନିଲମ୍ବିତ

Hindustan

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ନକଲି ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଅନ୍ୟପଟେ ଗୋଟିଏ ସମୟରେ ଦୁଇ ଦୁଇଟି ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ ଶିକ୍ଷାବିଭାଗ ପକ୍ଷରୁ ୩ଜଣ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ନକଲି ଶିକ୍ଷାଗତ ପ୍ରମାଣପତ୍ରରେ ଚାକିରୀ ହାତେଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ସମୟରେ ନକଲି ବିଇଡି ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିବା ଜଣାପଡ଼ିବା ପରେ ହରଭଙ୍ଗା ବ୍ଲକ୍ ବାହାଲି ସ୍କୁଲର ଶିକ୍ଷକ ବିନୋଦ କୁମାର ଷଡ଼ଙ୍ଗୀ ଚାକିରୀରୁ ବହିଷ୍କୃତ ହୋଇଛନ୍ତି।

ଏହାସହିତ ଗୋଟିଏ ସମୟରେ ଗ୍ରାଜୁଏସନ ସହିତ ବିଇଡି କରିଥିବା ଶିକ୍ଷୟିତ୍ରୀ ନିତମ୍ବିନୀ ନନ୍ଦ (ରାୟପୁର ପ୍ରାଥମିକ ସ୍କୁଲ), ଉତ୍ତମା ଯାନୀ (ସାତଖଣ୍ତ ପ୍ରାଥମିକ ସ୍କୁଲ) ଏବଂ ଅନୁସୟା ଯାନୀ (ଆଡେଣିଗଡ଼ ପ୍ରାଥମିକ ସ୍କୁଲ)ଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe