ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ଅଭିଯୋଗରେ ନକଲି ସିଆରପିଏଫ୍‌ ଯବାନ ଗିରଫ

ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ଅଭିଯୋଗରେ ନକଲି ସିଆରପିଏଫ୍‌ ଯବାନ ଗିରଫ

ତୁମୁଡ଼ିବନ୍ଧ/କ. ନୂଆଗାଁ:  ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ପୁଲିସ ଜଣେ ନକଲି ସିଆରପିଏଫ୍‌ ଯବାନକୁ ଗିରଫ କରିଛି। ଅଭିଯୁକ୍ତର ନାମ ଦୁଃଖିଶ୍ୟାମ ଦିଗାଲ ବୋଲି ଜଣାପଡ଼ିଛି। ଦୁଃଖିଶ୍ୟାମର ଘର  କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ଓ ସେ  ନିଜକୁ ଜଣେ ସିଆରପିଏଫ୍‌ ଅଧିକାରୀ କହି ଲୋକଙ୍କ ଠାରୁ ବାଇକ୍‌, ଏଟିଏମ୍‌ କାର୍ଡ ଆଦି ଲୁଟ କରିଥିଲା। ଏ ନେଇ ପୂର୍ବରୁ ବିଭିନ୍ନ ଥାନାରେ ତା’ ନାମରେ ଏକାଧିକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଦୁଃଖିଶ୍ୟାମ ଦିଗାଲ ନିଜକୁ ସିଆରପିଏଫ୍‌ର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକଙ୍କୁ ଭୟଭୀତ କରୁଥିଲା। ସେ ଗତ ୨୪ ତାରିଖରେ କ.ନୂଆଗାଁ ଅଂଚଳର ଜଣେ ୧୩ ବର୍ଷୀୟ ଦିବ୍ୟାଙ୍ଗକୁ ବଡ଼ଦିନ ପାଇଁ ପୋଷାକ କିଣି ଦେବାକୁ କହି ସାଙ୍ଗରେ ନେଇଯାଇଥିଲା। ତେବେ ଘଟଣା ଦିନ ସନ୍ଧ୍ୟା ସୁଦ୍ଧା ଦିବ୍ୟାଙ୍ଗ ନାବାଳିକା ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଅପରହଣ ଅଭିଯୋଗ କରିଥିଲେ।publive-image

ଦୁଃଖିଶ୍ୟାମ ନିଜକୁ ସିଆରପିଏଫ୍‌ ଅଧିକାରୀ ଆକାଶ ମଳିକ କହି ଫୁଲବାଣୀ, ଗୋଛାପଡା, ଫିରିଙ୍ଗିଆ, ହ.ନୂଆଗାଁ ଥାନା ଅଂଚଳରେ ଲୁଟ୍‌ କରୁଥିଲା। ତେବେ ଅଭିଯୁକ୍ତ ନାମରେ ଏକାଧିକ ଥାନାରେ ଏତଲା ହୋଇଥିଲା।

ଦିବ୍ୟାଙ୍ଗ ନାବାଳିକା ଅପହରଣ ଘଟଣା ନେଇ ଥାନାରେ ଅଭିଯୋଗ ପରେ ନକଲି ସିଆରପିଏଫ୍‌ ଯବାନଙ୍କୁ ଗିରଫ କରିବା ପାଇଁ ପୁଲିସ ଛାନଭିନ୍‌ ଅରମ୍ଭ କରିଥିଲା। ଏହାପରେ ଶୁକ୍ରବାର ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏଥି ସହ ପୁଲିସ ଦିବ୍ୟାଙ୍ଗ ନାବାଳିକାକୁ ଉଦ୍ଧାର କରି କନ୍ଧମାଳ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି। ପୁଲିସ ଦୁଃଖିଶ୍ୟାମ୍‌ ଠାରୁ ଦୁଇଟି ମୋଟର ସାଇକେଲ, ନକଲି ସିଆରପିଏଫ୍‌ ପୋଷାକ, ଗୋଟିଏ ମୋବାଇଲ ଫୋନ୍‌ ଓ ମୋବାଇଲ ସିମ୍  ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe