ପୁଣି କୋରାପୁଟରେ ମାତିଛନ୍ତି ନକଲି ଚାଷୀ: କୁନ୍ଦୁରାର ତିନି ପଞ୍ଚାୟତରେ ସର୍ବାଧିକ ନକଲି ଚାଷୀ

Advertisment
ସୋମବାର କୃଷକଙ୍କ ଖାତାକୁ ଆସିବ କେନ୍ଦ୍ର ଟଙ୍କା

Outlook Krishi

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁରା ତହସିଲରେ ମାତିଛନ୍ତି ମାଫିଆ। ସରକାରୀ କର୍ମଚାରୀ ଓ ମାଫିଆଙ୍କ ମଧ୍ୟରେ ଚାଲିଛି ସଲାସୁତର। ଚାଷୀଙ୍କ ନାମରେ ପୁଣି ଭର୍ତ୍ତି କରାଯାଉଛି ନକଲି ଚାଷୀ। ରବି ଋତୁ ଧାନ କିଣାରେ ସେମାନଙ୍କୁ ପୁଣି ସାମିଲ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁ ପ୍ରକୃତ କିଛି ଚାଷୀ ରହିଛନ୍ତି ସେମାନଙ୍କ ନାମକୁ ତାଲିକାରୁ ହଟାଇ କିଛି ଦଲାଲଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଫଳରେ ଏହି ଦଲାଲମାନେ ଡଙ୍ଗର ଓ ନିଳଗିରି ଡଙ୍ଗର କିଶମ ଦେଖାଇ ଧାନ ଚାଷ କରୁଥିବାର ପଞ୍ଜୀକରଣରେ ଦର୍ଶାଯାଇଛି। କୁନ୍ଦୁରା ବ୍ଲକର ମସିଗାଁ, ଦିଗାପୁର ଓ ଘୁମର ପଞ୍ଚାୟତର କିଛି ଦଲାଲ ଚାଷୀଙ୍କ ଜମିକୁ ଅନ୍ୟ ନାମରେ ଭାଗଚିଷୀ ଭାବେ ନାମ ପଂଞ୍ଜିକୃତ କରିବା ସହ ନକଲି ସିସ୍ତୁ ରସିଦ ତିଆରି କରି ଅସଲି ଜମି ହାତେଇବାକୁ ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ତହସିଲ କାର୍ଯ୍ୟଳ‌ୟରେ ଏକ ରାକେଟ ସକ୍ରିୟ ଥିବାବେଳେ ୫୦ ଟଙ୍କାରେ ମିଳୁଛି ସିସ୍ତୁ ରଶିଦ। ତାହାପୁଣି ଯେଉଁ ନାମରେ କହିଲେ ସେହି ନାମରେ।

ଏହି ସିସ୍ତୁ ରସିଦକୁ ନେଇ ବିଭିନ୍ନ ଲ୍ୟାମ୍ପ ଓ ଏସଏସଜିରେ ନିଜ ନାମ ଦାଖଲ କରିବା ସହ ଧାନ ବିକ୍ରି କରି କୋଟି କୋଟି ଟଙ୍କାର ହେରଫେର କରୁଥିବା ନଜିର ଆସିଛି । ଗତ ଋତୁରେ ଏହା ବନ୍ଦ ହୋଇଥିବାବେଳେ ପୁଣି ରବି ଋତୁରେ ଏହା ଆରମ୍ଭ ହୋଇଥିବା ଜଣାପଡିଛି। ସରକାରୀ କର୍ମଚାରୀଙ୍କ ଜାଣତରେ ଏହି କାର୍ଯ୍ୟ ଚାଲୁଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡିଛି। ଏହି ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଥିବାରୁ ଏବେ ବିଭାଗର କାର୍ଯ୍ୟ କାରିତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ ଏହି ତିନି ପଞ୍ଚାୟତର ଏକାଧିକ ଗାଁରେ ରହିଥିବା ଚାଷୀ ନାମ ପଞ୍ଜୀକରଣ କରିଥିଲେ। ସେହି ଅନୁସାରେ ଧାନ କିଣାଯିବାର ଯୋଜନା ରହିଥିଲା। ହେଲେ କିଛି ଚାଷୀ ଆରଆଇ, ଲାମ୍ପସ ଓ ଏସଏସଜିଙ୍କୁ ଧରି ଅଧିକ ଜମିର ପଞ୍ଜୀକରଣ କରିଛନ୍ତି।

ଯେଉଁ ଜମିରେ ନିଳଗିରି ଚାଷ ହୋଇଥିବାବେଳେ କିଛି ଜମି ଡଙ୍ଗର ରହିଥିବା ଜଣାପଡିଛି। କିପରି ଏହି ଜମିକୁ ଆରଆଇ ଭେରିଫିକେସନ କରିବା ପରେ ନ୍ୟାୟସଙ୍ଗତ କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପ୍ରଶ୍ନଉଠିଛି ଯଦି ଏହି ନଲକି ଚାଷୀଙ୍କୁ ଧାନ କିଣିବାକୁ ଅନୁମତି ମିଳେ ତେବେ ଶୀଘ୍ର ଟାର୍ଗେଟପୁରଣ ହୋଇଯିବ।ଅସଲି ଚାଷୀଙ୍କ ଧାନ କିଣାରୁ ବିକ୍ରି କରିପାରିବେ ନାହିଁ। ତେବେ ଜିଲ୍ଲାରେ ରବିଋତୁ ପାଇଁ ୧୫ହଜାର୧୫୬ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ୨୩୩ ଚାଷୀଙ୍କଠାରୁ ୧୮ହଜାର ୭୦୬ କୁଇଣ୍ଟାଲ ଧାନ କିଣା ସରିଲାଣି। ଏନେଇ ସିଏସଓ ପ୍ରଦୀପ କୁମାର ପଣ୍ଡା କହିଛନ୍ତି ଯେ ନକଲି ଚାଷୀଙ୍କୁ କୌଣସି ପରିସ୍ଥିତିରେ ଧାନ କିଣାରେ ସାମିଲ କରାଯିବ ନାହିଁ। ଯଦି କିଏ ନକଲି ଚାଷୀ ଧାନ କିଣାରେ ପ୍ରବେଶ କରିପାରିବେ ନାହିଁ। ଅଭିଯୋଗ ପାଇଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe