ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସର ଚଢାଉ

Advertisment
ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସର ଚଢାଉ

ସାଙ୍କେତିକ ଫଟୋ

ଚୌଦ୍ୱାର : ଆଜି ଚୌଦ୍ୱାରର ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଛି । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ନାମିଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଛି । ଏହି ଘଟଣାରେ ମାଲିକଙ୍କୁ ଅଟକ ରଖି କମିସନରେଟ୍ ପୁଲିସ ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଆଜି ପୁଲିସ ଚଢାଉ କରିଥିଲା। ଦୀର୍ଘ ଦିନ ହେବ ଏହି ନକଲି କାରଖାନା ଚାଲୁଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe