ଟଙ୍କା ଦାବି କରି ବ୍ୟବସାୟୀଙ୍କୁ ଦେଉଥିଲା ଧମକ, ନକଲି ମାଓବାଦୀ ଗିରଫ

ଟଙ୍କା ଦାବି କରି ବ୍ୟବସାୟୀଙ୍କୁ ଦେଉଥିଲା ଧମକ, ନକଲି ମାଓବାଦୀ ଗିରଫ
ବୈପାରିଗୁଡା: ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଟଙ୍କା ଦାବି କରୁଥିବା ଜଣେ ବ୍ୟକ୍ତିଙ୍କୁ କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ରାମଗିରିର ଜନୈକ ବ୍ୟବସାୟୀଙ୍କ ଘର କାନ୍ଥରେ ଏକାଧିକ ବାର ପୋଷ୍ଟର ମାରି ଦୁଇ ଲକ୍ଷ ଟଙ୍କା ଦାବି କରିଆସୁଥିଲା। ଟଙ୍କା ନଦେଲେ ଜୀବନରେ ମାରି ଦିଆଯିବ ବୋଲି ଧମକ ଦେଉଥିଲା। ବାରମ୍ବାର ଏ ଭଳି ପୋଷ୍ଟର ମାରି ଟଙ୍କା ମାଗିବା ସହ ହତ୍ୟା ଧମକ ଦିଆଯାଉଥିବାରୁ ବ୍ୟବସାୟୀ ଜଣକ ଭୟଭୀତ ହୋଇ ଶେଷରେ ପୁଲିସରେ ରିପୋର୍ଟ ଦେଇଥିଲେ।
ବୈପାରିଗୁଡା ଥାନା ଆଇଆଇସି ରଘୁନାଥ ମାଝୀ, ଏସ୍ଆଇ ଅସିତ କୁମାର ବଳବନ୍ତରାୟ ଏବଂ ରାମଗିରି ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ମିଳିତ ଭାବେ ଘଟଣାର ଅନୁସନ୍ଧାନ କରିବା ସହ ଜଣକୁ ସଂଦେହ କରି ଥାନାକୁ ଆଣିଥିଲେ। ତେବେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଟଙ୍କା ଆଦାୟ କରିବା ପାଇଁ ଚେଷ୍ଟା କରୁଥିବା ମାନିନେଇ ଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe