ନକଲି ​ନୋଟ୍‌ ଜବତ, ଜଣେ ଗିରଫ

Advertisment
ନକଲି ​ନୋଟ୍‌ ଜବତ, ଜଣେ ଗିରଫ

ଦେବଗଡ଼: ଦେବଗଡ଼ ଆଦର୍ଶ ଥାନା ପୁଲିସ ରବିବାର ବିପୁଳ ପରିମାଣର ଜାଲ ନୋଟ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକର ବିନୋଦ ସିଂହ (୪୨)।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ବିନୋଦ ଦେବଗଡ଼ ସହର ବସଷ୍ଟାଣ୍ଡ ନିକଟରେ ପଡ଼ିଥିବା ଏକ୍ସପୋ ହ୍ୟାଣ୍ଡଲୁମରେ ଏକ ନକଲି ପାଞ୍ଚ ଶହ ଟଙ୍କାର ନୋଟ୍‌ ଦେଇ ଜିନିଷ କିଣିଥିଲା। ନୋଟ୍‌ଟି ନକଲି ବୋଲି ଜଣା ପଡ଼ିବା ପରେ ଏକ୍ସପୋ ହ୍ୟାଣ୍ଡଲୁମ୍‌ ପକ୍ଷରୁ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ତେବେ ବିନୋଦ ସେଠାରୁ କୌଶଳ କ୍ରମେ ଫେରାର୍‌ ହୋଇଯାଇଥିଲା। ପୁଲିସ ସୂଚନା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ଅଭିଯୁକ୍ତ ବିନୋଦ ରହୁଥିବା ପୌରାଞ୍ଚଳର ଖପରସାହିରେ ପୁଲିସ ଚଢ଼ଉ କରି ୬୯, ୫୦୦ ଟଙ୍କା ମୂଲ୍ୟର ଦୁଇ ଶହ ଓ ପାଞ୍ଚ ଶହ ଟଙ୍କିଆ ଜାଲ ନୋଟ୍‌ ଜବତ କରାଯାଇଥିଲା। ଏଥିସହ ବିନୋଦକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ଏହି ଜାଲ ନୋଟ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଚରାଉଚୁରା ଜାରି ରହିଛି। ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ବଲେରୋକୁ ପୁଲିସ ପକ୍ଷରୁ ଜବତ କରାଯାଇଛି। ଏହି ଘଟଣାରେ ଜାଲ ନୋଟ ଛାପୁଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe